ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଜର୍ମାନ ବୈଜ୍ଞାନିକଙ୍କ ଦାବି, ଖାଦ୍ୟକୁ ଶୁଂଘିଲେ କମିବ ଓଜନ!

Published By : Krishna Priya | June 17, 2025 8:22 AM

ନୂଆଦିଲ୍ଲୀ ୧୭/୦୬: ଓଜନ କମାଇବାକୁ ଲୋକେ ଡାଏଟିଂ କରୁଛନ୍ତି । ଜିମ୍‌ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଉଛନ୍ତି । ବିଭିନ୍ନ ପ୍ରକାର ଚିକିତ୍ସା ମଧ୍ୟ କରାଉଛନ୍ତି । କିନ୍ତୁ ବୈଜ୍ଞାନିକମାନେ ଏକ ମାଗଣା ଉପାୟ କହିଛନ୍ତି, ଯାହା ଦ୍ୱାରା ଆପଣ ଓଜନ ନିୟନ୍ତ୍ରଣ କରିପାରିବେ ଏବଂ ପତଳା ରହିପାରିବେ । ଖାଇବା ପୂର୍ବରୁ ଭୋଜନକୁ ଶୁଂଘିବା ଦ୍ୱାରା ଆପଣଙ୍କ ଓଜନ କମିବ ଏବଂ ଆପଣଙ୍କୁ ପତଳା ରଖିବାରେ ସହାୟକ ହୋଇପାରିବ । ଖାଇବା ପୂର୍ବରୁ ଖାଦ୍ୟକୁ ଶୁଂଘିବା ଦ୍ୱାରା ପେଟ ପୂରିବାର ଅନୁଭବ ହୁଏ । ଏହା ଲୋକଙ୍କୁ ଅଧିକ ଖାଇବାରୁ ଅଟକାଏ । ଜର୍ମାନୀର ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି । 

ଭୋଜନର ବାସ୍ନା ପ୍ରତି ମୂଷାଙ୍କ ପ୍ରତିକ୍ରିୟା ଆଧାରରେ ସେମାନଙ୍କ ମସ୍ତିଷ୍କକୁ ସ୍କାନ୍‌ କରାଯାଇଥିଲା । ଗବେଷକମାନେ ମସ୍ତିଷ୍କ କୋଷିକାଗୁଡ଼ିକର ଏଭଳି ଖାସ୍‌ ସମୂହକୁ ଚିହ୍ନଟ କଲେ, ଯାହାର ନାକ ସହ ସିଧା ସମ୍ପର୍କ ରହିଛି । ସେମାନେ ଜାଣିବାକୁ ପାଇଲେ, ଭୋଜନ ପୂର୍ବରୁ ଏହି କୋଷିକାଗୁଡ଼ିକୁ ସକ୍ରିୟ କରାଯିବା ପରେ ମୂଷା କମ୍‌ ଖାଦ୍ୟ ଖାଇଲେ । କିନ୍ତୁ କେବଳ ଭୋଜନ ପୂର୍ବରୁ ଖାଦ୍ୟର ବାସ୍ନା ସଂସ୍ପର୍ଶରେ ସେମାନଙ୍କୁ ଆଣିବା ପରେ ଏହା ଲକ୍ଷ୍ୟ କରାଗଲା । ଗବେଷକଙ୍କ ଅନୁସାରେ, ଭୋକକୁ ଦବାଇବା ପାଇଁ ଖାଦ୍ୟ ଶୁଂଘିବାର ଏହି ପ୍ରକ୍ରିୟା ମଣିଷଙ୍କ ଉପରେ କାମ କରିପାରେ ବୋଲି ଜଣାପଡ଼ିନାହିଁ । ତଥାପି ସେମାନେ ଜାଣିବାକୁ ପାଇଲେ, ମଣିଷ ମସ୍ତିଷ୍କରେ ମଧ୍ୟ ମୂଷାଙ୍କ ଭଳି କୋଷିକାଗୁଡ଼ିକର ଅବିକଳ ଗ୍ରୁପ୍‌ ଅଛି, ଯାହା ପ୍ରତିକ୍ରିୟା ପାଇଁ ଦାୟୀ । କିନ୍ତୁ ପୂର୍ବରୁ ଅଧିକ ଓଜନର ବ୍ୟକ୍ତିଙ୍କ ପାଇଁ ଏହା ଓଜନ କମାଇବାର ଉପାୟ ହେବ ନାହିଁ ।

ଭୋଜନର ବାସ୍ନା ଆସିବା ପରେ ମୋଟା ମୂଷାଙ୍କ ମସ୍ତିଷ୍କର ପ୍ରତିକ୍ରିୟା ସମାନ ନ ଥିଲା । କିନ୍ତୁ ଯେଉଁ ମୂଷାଙ୍କ ଓଜନ କମ୍‌ ଥିଲା, ସେମାନଙ୍କର ଖୁବ୍‌ ଲାଭ ହେଲା । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ମେଦବହୁଳତା ଯୋଗୁ ଗନ୍ଧ ବାରିବାର କ୍ଷମତା କମିଯାଏ । ଏହି ପ୍ରକ୍ରିୟା ମୂଷାଙ୍କ ଭଳି ମନୁଷ୍ୟଙ୍କଠାରେ ମଧ୍ୟ ସମାନ ଭାବେ ହୁଏ । ଅଧ୍ୟୟନର ଲେଖିକା ଓ ନ୍ୟୁରୋସାଇଣ୍ଟିଷ୍ଟ୍‌ ସୋଫି ଷ୍ଟେକୁଲୋରମ୍‌ କହିଛନ୍ତି, ଦୈନନ୍ଦିନ ଖାଦ୍ୟପେୟର ଅଭ୍ୟାସ ଭୋଜନର ବାସ୍ନା ଦ୍ୱାରା କେତେ ପ୍ରଭାବିତ ହୁଏ, ତାହା ଆମ ଅଧ୍ୟୟନ ଦର୍ଶାଇଛି । କ୍ଷୁଧା ନିୟନ୍ତ୍ରଣ ମେଦ ବୃଦ୍ଧିରେ ଖାଦ୍ୟର ବାସ୍ନା ଉପରେ ବିଚାର କରିବା କେତେ ଜରୁରି ହୋଇପାରେ ଅଧ୍ୟୟନରୁ ଜଣା ପଡ଼ିଛି । ଏହି ଉପାୟ ପତଳା ମୂଷାଙ୍କ କ୍ଷୁଧା କମ୍‌ କରେ କିନ୍ତୁ ମୋଟା ମୂଷାଙ୍କର ନୁହେଁ । ପୂର୍ବରୁ ମଧ୍ୟ ଅନେକ ଅଧ୍ୟୟନରେ କୁହାଯାଇଛି ଯେ ଭୋଜନ ପୁର୍ବରୁ କିଛି ଖାଦ୍ୟର ବାସ୍ନା ଶୁଂଘିବା ଦ୍ୱାରା ଲୋକଙ୍କ ଭୋକ କମିପାରେ । ଏକ ଆମେରିକୀୟ ଅନୁସନ୍ଧାନ ଅନୁସାରେ, ସେଓ, ପୁଦିନା ଓ ନାଶପାତିର ବାସ୍ନାରୁ ଲୋକେ ଦିନ ତମାମ ଖାଦ୍ୟ ଖାଇବାରୁ ବଞ୍ଚନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.