ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ୱାର୍କଆଉଟ୍‌ ପରେ ଆରାମ ଜରୁରୀ, ନହେଲେ ହୋଇପାରେ ଏହି ସମସ୍ୟା

Published By : Anindita Ratha | June 13, 2025 1:31 PM

 ଆମେ ସୁସ୍ଥ ରହିବା ପାଇଁ ୱାର୍କଆଉଟ୍‌ କରିଥାଉ । ଏହାଦ୍ୱାରା ଶରୀର ନମନୀୟ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କେବେ କେବେ ଓଜନ କମ୍‌ କରିବା ପାଇଁ ମଧ୍ୟ ୱାର୍କଆଉଟ୍‌ କରାଯାଇଥାଏ । ବିଶେଷଜ୍ଞଙ୍କ ମତରେ ସୁସ୍ଥ ରହିବା ପାଇଁ ନିୟମିତ ୱାର୍କଆଉଟ୍‌ କରିବା ଜରୁରି । ସାଧାରଣତଃ ଲୋକମାନେ ସୁସ୍ଥ ରହିବା ପାଇଁ ୱାର୍କଆଉଟ୍‌ ପରେ ଡାଏଟ୍‌ ଉପରେ ଫୋକସ୍‌ କରିଥାନ୍ତି । କାରଣ ଶରୀରକୁ ଅଧିକ କ୍ୟାଲୋରୀଠାରୁ ଦୂରେଇ ରଖିବା ପାଇଁ ଡାଏଟ୍‌ ଉପରେ ଫୋକସ୍‌ ରଖିଥାନ୍ତି ।  ହେଲେ ଆପଣ ଜାଣନ୍ତି କି ୱାର୍କଆଉଟ୍‌ ପରେ ଆରାମ ନେବା କେତେ ଜରୁରୀ?

ୱାର୍କଆଉଟ୍‌ ପରେ ଉପଯୁକ୍ତ ଡାଏଟ୍‌ ନେବା ଦ୍ୱାରା ମାଂସପେଶୀ ଟୋନଡ୍‌ ରହିଥାଏ ଏବଂ ପୋଷକ ତତ୍ତ୍ୱର ଅଭାବକୁ ଦୂର କରାଯାଇପାରେ । କିନ୍ତୁ କେହି ୱାର୍କଆଉଟ୍‌ ପରେ ଆରାମ ନେବାକୁ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ୱାର୍କଆଉଟ୍‌ ପରେ ଆରାମ ନେବା ବହୁତ ଜରୁରି । କିନ୍ତୁ ପ୍ରାୟ ଲୋକ ଏଥିପ୍ରତି ଧ୍ୟାନ ଦେଇ ନଥାନ୍ତି । ୱାର୍କଆଉଟ୍‌ କରିବା ସମୟରେ ପ୍ରାୟତଃ ମାଂସପେଶୀରେ ଆଘାତ ଲାଗିଥାଏ । ଏହାକୁ ଦୂର କରିବା ପାଇଁ ଆରାମ ନେବା ଆବଶ୍ୟକ । ଆରାମ ନେବା ଦ୍ୱାରା ଏହି ଆଘାତ କ୍ରମଶଃ ସୁସ୍ଥ ହୋଇଥାଏ । ତେଣୁ ୱାର୍କଆଉଟ୍‌ ପରେ ଯେକୌଣସି ଶାରୀରିକ ସକ୍ରିୟତାଠାରୁ ଦୂରେଇ ରହିବା ଆବଶ୍ୟକ । ଏଥିସହିତ ଅତ୍ୟଧିକ ଟ୍ରେନିଂ ନେବା ମଧ୍ୟ ଉଚିତ୍‌ ନୁହେଁ । 

ସେହିପରି ଏହା ମଧ୍ୟ ଦେଖିବାକୁ ମିଳେ ଯେ ଯେଉଁମାନେ ୱାର୍କଆଉଟ୍‌ ପରେ ଆରାମ କରିଥାନ୍ତି, ସେମାନଙ୍କ ପ୍ରଦର୍ଶନ ଅନ୍ୟମାନଙ୍କ ତୁଳନାରେ ବେଶ୍‌ ଭଲ ରହିଥାଏ । ୱାର୍କଆଉଟ୍‌ ପରେ କେତେ ସମୟ ଆରାମ ନେବା ଦରକାର । ତାହା ୱାର୍କଆଉଟ୍‌ ଉପରେ ନିର୍ଭର କରିଥାଏ । ଯଦି ହାଲ୍‌କା ୱାର୍କଆଉଟ୍‌ କରୁଥାନ୍ତି, ତେବେ ଅଳ୍ପ ସମୟ ଆରାମ ନେଇପାରିବେ । କାରଣ ହାଲ୍‌କା ୱାର୍କଆଉଟ୍‌ କରିବା ଦ୍ୱାରା ଛୋଟମୋଟ ଆଘାତ ଲାଗିଥାଏ । ତେଣୁ ୨୪ ଘଣ୍ଟାର ଆରାମ ଯଥେଷ୍ଟ । ଯଦି ଚ୍ୟାଲେଞ୍ଜିଂ ୱାର୍କଆଉଟ୍‌ କରୁଥାନ୍ତି, ତେବେ ଶରୀର ଥକିଯାଏ ନିଶ୍ଚୟ । ତେଣୁ ୨/୩ ଦିନ ଆରାମ ନେବା ଜରୁରି । ଯଦି ନିୟମିତ ଇଣ୍ଟେନସ୍‌ ୱାର୍କଆଉଟ୍‌ କରୁଥାନ୍ତି, ତେବେ ଆରାମ ନେବା ଦରକାର ନାହିଁ । କାରଣ ଶରୀର ଏଥିରେ ଅଭ୍ୟସ୍ତ ହୋଇସାରିଥାଏ । ଷ୍ଟ୍ରେନ୍ଥ ୱାର୍କଆଉଟ୍‌ କରୁଥିଲେ ଅଧିକ ଶକ୍ତିର ଆବଶ୍ୟକ ହୋଇଥାଏ । ଏଥିରେ ମାଂସପେଶୀ ଆଘାତର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ତେଣୁ ୨/୩ଦିନ ଆରାମ ନେବା ଜରୁରି ହୋଇପଡେ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.