ନୂଆଦିଲ୍ଲୀ: ଇରାନ ନିଜର ଶତ୍ରୁ ଦେଶ ଇସ୍ରାଏଲକୁ ବଡ଼ ଚେତାବନୀ ଦେଇଛି। ଇରାନର ସେନା ଏକ୍ସରେ ଲେଖିଛି ଯେ, ‘ଆଜି ରାତିରେ ଆକ୍ରମଣ ଆହୁରି କଠୋର ହେବ...ସତର୍କ ରୁହନ୍ତୁ।’ ଏହା ଏବେ ସୁଦ୍ଧା ଇସ୍ରାଏଲକୁ ଇରାନର ସବୁଠାରୁ ବଡ଼ ଚେତାବନୀ ବୋଲି କୁହାଯାଉଛି । ଏହି ପୋଷ୍ଟ ସହିତ, ଇରାନ ସେନା ଏକ ଭିଡିଓ ମଧ୍ୟ ସେୟାର କରିଛି । ଯେଉଁଥିରେ କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବା ଦେଖାଯାଉଛି।
ଇସ୍ରାଏଲ ଏବଂ ଇରାନ ଅନେକ ଦିନ ଧରି ପରଷ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ପ୍ରଥମେ ଇସ୍ରାଏଲ ୨୦୦ରୁ ଅଧିକ ଲଢ଼ୁଆ ବିମାନ ସାହାଯ୍ୟରେ ଇରାନର ସମସ୍ତ ପରମାଣୁ ଏବଂ ସେନା ଠିକଣାକୁ ଟାର୍ଗେଟ କରିଥିଲା। ପରଦିନ ଇରାନ ମଧ୍ୟ ଇସ୍ରାଏଲ ଉପରେ ୧୫୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏବେ ଉଭୟ ଦେଶ ପରଷ୍ପର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଜାରି ରଖିଛନ୍ତି ।
ଏହାରି ମଧ୍ୟେର ଇରାନ ସେନାର ଏହି ଟ୍ୱିଟ୍ ଦର୍ଶାଉଛି ଯେ, ଆଜି ରାତିରେ ଇସ୍ରାଏଲ ବିରୁଦ୍ଧରେ କିଛି ବଡ଼ ହେବାକୁ ଯାଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଇରାନ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛି ଏବଂ କହିଛି ଯେ ଆଜି ରାତିରେ ଆକ୍ରମଣ ଆହୁରି କଠୋର ଏବଂ ତୀବ୍ର ହେବ।
ଇରାନୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସେମାନଙ୍କର ସୁରକ୍ଷା ଏବଂ ରଣନୈତିକ ପଦକ୍ଷେପ ବୃଦ୍ଧି କରୁଛନ୍ତି । ଯେକୌଣସି ପ୍ରକାର ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି।