ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଚୁକ୍ତିରୁ ଓହରିବ ଇରାନ; ଆଧିକାରିକ ସ୍ତରରେ ଘୋଷଣା କଲା ବୈଦେଶିକ ମନ୍ତ୍ରଣାଳୟ

Published By : Bijay Swain | June 16, 2025 5:25 PM

Image courtesy: indiatoday

ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି ଯେ ଦେଶର ସଂସଦ ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଚୁକ୍ତି (ଏନପିଟି)ରୁ ବାହାରିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରୁଛି। ତେହେରାନ ଏହା ମଧ୍ୟ ଦୋହରାଇଛି ଯେ ସେ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବିକାଶକୁ ବିରୋଧ କରୁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ ବାଘାଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ସମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ। ସରକାରଙ୍କୁ ସଂସଦୀୟ ବିଲ୍ କାର୍ଯ୍ୟକାରୀ କରିବାକୁ ପଡିବ, କିନ୍ତୁ ଏପରି ପ୍ରସ୍ତାବ କେବଳ ପ୍ରସ୍ତୁତ ହେଉଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ସଂସଦ ସହିତ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବୁ।"

ଇରାନ ୧୯୭୦ରେ ଏନପିଟି ଅନୁମୋଦନ କରିଥିଲା। ଯାହା ଦେଶଗୁଡିକୁ ଶାନ୍ତିପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତି ବ୍ୟବହାରର ଅଧିକାର ଦେଇଥାଏ। କିନ୍ତୁ ନ୍ୟୁକ୍ଲିୟର ଅସ୍ତ୍ର ବିକାଶ କରିବାକୁ ହେଲେ ଜାତିସଂଘର ନ୍ୟୁକ୍ଲିୟର ନିରୀକ୍ଷକ ସଂସ୍ଥା ଆଇଏଇଏ ସହିତ ଯୋଗାଯୋଗ କରିବାକୁ ବାଧ୍ୟ କରିଥାଏ। ଏହି ପଦକ୍ଷେପ ଇସ୍ରାଏଲ ଦ୍ୱାରା ଇରାନର ନ୍ୟୁକ୍ଲିୟର ଓ ବାଲିଷ୍ଟିକ ମିସାଇଲ କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରି ଆକ୍ରମଣ ପରେ ଆସିଛି। ଯେଉଁଥିରେ ତେହେରାନ ଏବଂ ଅନ୍ୟ ଅଞ୍ଚଳ ମାନଙ୍କରେ ୨୨୪ ଜଣଙ୍କ ମୃତ୍ୟୁ ହୋଇଛି।

ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ କହିଛନ୍ତି ଯେ ଇରାନ ନ୍ୟୁକ୍ଲିୟର ଅସ୍ତ୍ର ବିକାଶ କରିବାର ଇଚ୍ଛା ରଖେ ନାହିଁ। କିନ୍ତୁ ଦେଶ ଶାନ୍ତିପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତି ଏବଂ ଗବେଷଣାର ଅଧିକାରକୁ ଅନୁସରଣ କରିବ। ଦେଶର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବିରୋଧୀ ଧାର୍ମିକ ନିର୍ଦେଶକୁ ସେ ପୁନର୍ବାର ଦୋହରାଇଛନ୍ତି। ତେବେ, ଅନ୍ତର୍ଜାତୀୟ ଆଟୋମିକ ଏନର୍ଜି ଏଜେନ୍ସି (ଆଇଏଇଏ)ର ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ଇରାନ ପାଖରେ ବର୍ତ୍ତମାନ ଏତେ ସମୃଦ୍ଧ ଇଉରାନିୟମ ଅଛି ଯାହା ଆବଶ୍ୟକ ହେଲେ କିଛି ନ୍ୟୁକ୍ଲିୟର ବୋମା ତିଆରି କରିପାରିବ।

୨୦୧୮ରେ ଆମେରିକା ଇରାନର ନ୍ୟୁକ୍ଲିୟର କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ ଏକ ଚୁକ୍ତିରୁ ଓହାରି ଯିବା ପରେ ଇରାନର ନ୍ୟୁକ୍ଲିୟର କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗକୁ ବଢିଛି। ଆଇଏଇଏ ଗତ ସପ୍ତାହରେ ରିପୋର୍ଟ କରିଛି ଯେ ଇରାନ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏନପିଟିର ନିୟମକୁ ବାଧ୍ୟବାଧକତା ଉଲ୍ଲଂଘନ କରିଛି। ଇରାନ ନ୍ୟୁକ୍ଲିୟର କାର୍ଯ୍ୟକ୍ରମକୁ ଶକ୍ତି ଉତ୍ସର୍ଜନ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ସହ ସମୃଦ୍ଧ ନ୍ୟୁକ୍ଲିଅର ହାସଲ କରିସାରିଛି। ଯେଉଁଥିରୁ ଇରାନ ନ୍ୟୁକ୍ଲିଅର ବମ ବନାଇବାରେ ଉପଯୋଗ କରିପାରେ ବୋଲି ଇରାନର ନ୍ୟୁକ୍ଲିଅର ପ୍ରୋଗ୍ରାମର ମୁଖ୍ୟ ଧମକ ଦେଇଛନ୍ତି।

ଏହି ଘଟଣାକ୍ରମ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଯେଉଁଠାରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲ ଦାବି କରିଛି ଯେ ଇରାନ ନ୍ୟୁକ୍ଲିୟର ବୋମା ନିର୍ମାଣର ଶେଷ ପର୍ଯ୍ୟାୟରେ ଅଛି, ଯାହାକୁ ଇରାନ ଖଣ୍ଡନ କରିଛି।

ଏହି ପଦକ୍ଷେପ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ନ୍ୟୁକ୍ଲିୟର ଆଲୋଚନାକୁ ଜଟିଳ କରିପାରେ। ଯାହା ଓମାନରେ ଆୟୋଜିତ ହେବାକୁ ଥିବା ଷଷ୍ଠ ରାଉଣ୍ଡ ଆଲୋଚନା ରଦ୍ଦ ହେବା ପରେ ଆହୁରି କଷ୍ଟକର ହୋଇପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.