ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଇରାନ୍ ବନାମ ଇସ୍ରାଏଲ; ଭୟଙ୍କର ହେଉଛି ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ, ୩ ଦିନରେ ଇରାନ୍‌ର ୨୪୪ ଜଣଙ୍କ ମୃତ୍ୟୁ

Published By : Ankita S | June 16, 2025 9:58 AM

ନୂଆଦିଲ୍ଲୀ,୧୬/୦୬: ଜଳୁଛି ମଧ୍ୟପ୍ରାଚ୍ୟ । ଆକାଶକୁ ଖସୁଛି ନିଆଁ ପିଣ୍ଡୁଳା । ଭୟଙ୍କର ହେଉଛି ଇରାନ୍‌-ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲର ଚେତାବନୀ ସତ୍ତ୍ବେ ଇରାନ୍‌ ଜବାବୀ ଆକ୍ରମଣ ଜୋରଦାର କରିଛି । ଇସ୍ରାଏଲ ସେନା ଇରାନ୍‌ର ରାଜଧାନୀ ତେହରାନ୍‌ ଉପରେ ଭୟଙ୍କର ଆକ୍ରମଣ କରିଛି । ୮୦ଟି ସ୍ଥାନ ଉପରେ ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରିଛି । ଜବାବ୍‌ ଦେଇ ପୁଣି ଇସ୍ରାଏଲ ରାଜଧାନୀକୁ ମିସାଇଲ ମାଡ କରିଛି ଇରାନ୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଏହାପରେ ଇରାନ୍‌କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଦୁଇ ଦେଶ ଉତ୍ତେଜନା ମଧ୍ୟରେ ଇରାନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି ଗତ ୩ ଦିନରେ ଇସ୍ରାଏଲ ହମାଲରେ ଇରାନ୍‌ର ୨୪୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ରୁ ଅଧିକ ଆହତ ହୋଇଛନ୍ତି ।

ମନ୍ତ୍ରଣାଳୟ ପ୍ରବକ୍ତା ହୁସେନ୍ କେରମାନପୋର କହିଛନ୍ତି, ''୬୫ ଘଣ୍ଟାର ଇସ୍ରାଏଲର ଆଟାକ୍ ପରେ ମୋଟ ୧୨୭୭ ଜଣ ଆହତ ହୋଇଛନ୍ତି । ୨୪୪ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁ ଅଛନ୍ତି । ମୃତକଙ୍କ ମଧ୍ୟରେ ୯୦ ପ୍ରତିଶତ ସାଧାରଣ ନାଗରିକ । ଇସ୍ରାଏଲ ଆକ୍ରମଣରେ ଗୁଇନ୍ଦା ପ୍ରମୁଖ ମହମ୍ମଦ କାଜିମ ଓ ଦୁଇ ଅନ୍ୟ ଜେନେରାଲଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ଉଚ୍ଚସ୍ତରୀୟ ସେନା ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକଙ୍କର ଜୀବନ ଯାଇଛି ।''

କଣ କହିଲା ଇସ୍ରାଏଲ ? ଇରାନ୍ ସହ ଉତ୍ତେଜନାକୁ ନେଇ ଇସ୍ରାଏଲ କହିଛି, ଶୁକ୍ରବାରଠୁ ଏବେ ଯାଏଁ ଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୩୯୦ ଜଣ ଆହତ ହୋଇଛନ୍ତି । ଏଏଫପି ଅନୁସାରେ, ଜଣେ ବରିଷ୍ଠ ଇରାନୀ ସୈନ୍ୟ ଅଧିକାରୀ ରବିବାର ଚେତାବନୀ ଦେଇଥିଲେ କି ଇସ୍ରାଏଲ ହମଲାର ପ୍ରତିଶୋଧ ନିଆଯିବ ।

ଇରାନ୍ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ- ରବିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁାହ ଏକ ସାକ୍ଷତକାରରେ କହିଛନ୍ତି, ''ଇରାନ୍‌ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଇରାନ୍‌ର ପରମାଣୁ ଠିକଣା ଇସ୍ରାଏଲ ପାଇଁ ବିପଦ । ତେଣୁ ତାଙ୍କୁ ଶେଷ କରିବା ଦରକାର । ଆମର ଦୁଇ ମୁଖ୍ୟ ଉଦ୍ଦେଶ୍ୟ ପୂରଣ କରିବାକୁ ଯାହା ଦରକାର ଆମେ କରିବୁ । ପ୍ରଥମ ପରମାଣୁ ଅସ୍ତ୍ରଶସ୍ତ୍ର ଶେଷ କରିବା ଓ ଦ୍ବିତୀୟ ମିସାଇଲ ଆକ୍ରମଣର ବିପଦ । ଏହି ପଦକ୍ଷେପ ଆମେ ସୁରକ୍ଷା ପାଇଁ ଉଠାଇଛୁ । କେବଳ ଆମକୁ ନୁହେଁ ଦୁନିଆକୁ ଏହି ବିପଦରୁ ବଞ୍ଚେଇବାକୁ ଚାହୁଁ । ବିଶ୍ୱର ସବୁଛୁ ବିପଦପୂର୍ଣ୍ଣ ସରକାର ପାଖରେ ସବୁଠୁ ଖତରନାକ ଅସ୍ତ୍ର ରହିବା କଥା ନୁହେଁ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.