ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

Published By : Ankita S | June 16, 2025 9:05 AM

ନୂଆଦିଲ୍ଲୀ,୧୬/୦୬: ଦିନକୁ ଦିନ ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ । ଦୁହେଁ ଦୁହିଁଙ୍କ ଉପରେ ମିସାଇଲ, ଡ୍ରୋନ୍ ମାଡ କରୁଛନ୍ତି । ଇରାନ୍‌ର ୮୦ ସ୍ଥାନକୁ ଟାର୍ଗେଟ କରିଛି ଇସ୍ରାଏଲ । ଆକଶରୁ ନିଆ ପିଣ୍ଡୁଳା ଖସୁଛି । ତୈଳ ଡିପୋରେ ବିସ୍ଫୋରଣ, ଆଣବିକ ଘାଟି ଧ୍ୱସ୍ତ ହୋଇଛି । ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ବଡ଼ ବୟାନ ଦେଇଛନ୍ତି । ଇରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ବୋଲି କହିଛନ୍ତି ନେତନ୍ୟାହୁ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର, ''ଫକ୍ସ ନ୍ୟୁଜକୁ ଏକା ସାକ୍ଷତକାର ଦେବା ସମୟରେ କହିଛନ୍ତି, ଇରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛି । କାରଣ ସେ ତାଙ୍କୁ ପରମାଣୁ କାର୍ଯ୍ୟକଳାପ ରୋକିବାକୁ କହିଥିଲେ । ତେଣୁ ଇରାନ୍ ଟ୍ରମ୍ପଙ୍କୁ ବିପଦ ମଣୁଛି ।''

ଇରାନ୍ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇ ନେତାନ୍ୟାହୁ କହିଛନ୍ତି, ''ଯେଉଁମାନେ ଆମେରିକାକୁ ମୃତ୍ୟୁ ନାରା ହେଉଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୁଇଥର ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ବେରୁତରେ ୨୪୧ଜଣ ସୈନ୍ୟଙ୍କୁ ହତ୍ୟା କରିଛନ୍ତି । ଆଫଗାନିସ୍ତାନରେ ହଜାର ହଜାର ଆମେରିକୀୟ ସେନାଙ୍କୁ ହତ୍ୟା ଏବଂ ଆହତ କରିଛନ୍ତି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ରହିବା ଦରକାର ନୁହେଁ । ଇରାନ୍ ଟ୍ରମ୍ପଙ୍କୁ ପ୍ରଥମ ଶତ୍ରୁ ଭାବରେ ଦେଖୁଛି । ଆକ୍ରଣାତ୍ମକ ପଦକ୍ଷେପ ଛଡା ଆମ ପାଖରେ ବିକଳ୍ପ ନାହିଁ ।''

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ସିଧାସଳଖ ଇରାନ୍‌ରୁ ହୋଇଥିଲା କି  ବୋଲି ପଚରାଯାଇଥିବା ପ୍ରଶ୍ନରେ ନେତାନ୍ୟାହୁ କହିଛନ୍ତି,  ହଁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଗତ ବର୍ଷ ଟ୍ରମ୍ପଙ୍କ ଉପରେ ଦୁଇଥର ଆକ୍ରମଣ ହୋଇଛି । ଇରାନ୍ ଟ୍ରମ୍ପଙ୍କୁ 'ଶତ୍ରୁ ନମ୍ବର ୱାନ୍' ଭାବରେ ଦେଖେ ଏବଂ ତାଙ୍କୁ ହତ୍ୟା କରିବାକୁ ଚାହୁଁଛି । ଟ୍ରମ୍ପ ଜଣେ ନିର୍ଣ୍ଣାୟକ ନେତା । ସେ କେବେ ବି ଅନ୍ୟଙ୍କ ପରି ଦୁର୍ବଳ ଉପାୟରେ ବତର୍କ କରିବାର ପଥ ଅନୁସରଣ କରନ୍ତି ନାହିଁ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.