ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଇରାନକୁ ଟ୍ରମ୍ପଙ୍କ ଧମକ : ଆମେରିକା ଉପରେ ଆକ୍ରମଣ କରିବାର ଭୁଲ୍ କରିବନି, ଏଭଳି ଜବାବ୍ ଦେବି ଯେ...

Published By : Harapriya Biswal | June 15, 2025 1:59 PM

ନୂଆଦିଲ୍ଲୀ,୧୫।୬:  ଇସ୍ରାଏଲ ଓ ଇରାନ ଭିତରେ ଜାରି ସଂଘର୍ଷ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ରବିବାର ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ଇରାନ ଉପରେ ହୋଇଥିବା ତାଜା ଆକ୍ରମଣରେ ଆମେରିକାର କୌଣସି ଭୂମିକା ନଥିଲ। ତେବେ ସେ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି,ଯଦି ଆମେରିକା ଉପରେ ଇରାନ ଆକ୍ରମଣ କରେ ତେବେ ଆମେରିକା ସୈନ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେବ। ଏହି କାର୍ଯ୍ୟାନୁଷ୍ଠାନ ଏଭଳି ହେବ, ଯାହା ବିଷୟରେ ଇରାନ କେବେ ଭାବିନଥିଲା। ଟ୍ରମ୍ପଙ୍କ ଏହି ବୟାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ସେୟାର କରାଯାଇଛି।  

ଡୋନାଲ୍ଡୋ ଟ୍ରମ୍ପ ଲେଖିଛନ୍ତି, ଆଜି ରାତିରେ ଇରାନ ଉପରେ ହୋଇଥିବା ଆକ୍ରମଣରେ ଆମେରିକାର କୌଣସି ହାତ ନାହିଁ। କିନ୍ତୁ ଯଦି ଇରାନ କୌଣସି ରୂପରେ ଆମେରିକା ଉପରେ ଆକ୍ରମଣ ପରେ ତେବେ ଆମେରିକା ନିଜର ସମ୍ପୂର୍ଣ୍ଣ ସାମରିକ ଶକ୍ତି ଲଗାଇ ଦେବ। ଇରାନ ଏଭଳି କାର୍ଯ୍ୟାନୁଷ୍ଠାନ ପୂର୍ବରୁ କେବେ ଦେଖିନଥିବ।’ ସେ ଏହା ମଧ୍ୟ କହିଛନ୍ତି ଯେ, ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ସେ ରୋକି ପାରିବେ।

ଏହା ଭିତରେ ଆମେରିକା ଓ ଇରାନ ଭିତରେ ରବିବାର ଓମାନରେ ପରମାଣୁ ବାର୍ତ୍ତା ହେବାର ଥିଲା। ଏହାକୁ ରଦ୍ଦ କରି ଦିଆଯାଇଛି। ଟ୍ରମ୍ପ ଶୁକ୍ରବାର ତେହରାନକୁ ଅପିଲ କରିଥିଲେ ‌ଯେ ଇରାନକୁ ଏବେ ଡିଲ୍ କରିବାକୁ ହେବ। ଏହା ପୂର୍ବରୁ ତାଙ୍କ ପାଖରେ ହରାଇବାକୁ ଯେପରି କିଛି ନଥିବ। ଇସ୍ରାଏଲୀ ଡିଫେନ୍ସ ଫୋର୍ସ(ଆଇଡିଏଫ୍)  ରବିବାର ସକାଳେ ଘୋଷଣା କରିଛି ସେ ତେହରାନରେ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏସ୍‌ପିଏନଡି ପରମାଣୁ ପ୍ରୋଜେକ୍ଟ ଉପରେ ବ୍ୟାପକ ଏୟାରଷ୍ଟ୍ରାଇକ୍ କରିଛି। ସେହି ସ୍ଥାନକୁ ଟାର୍ଗେଟ କରାଯାଇଛି ଯେଉଁଠି ଇରାନ ନିଜର ପରମାଣୁ ଗୁପ୍ତ ଅଭିଲେଖ(ନ୍ୟୁକ୍ଲିଅର ଅର୍କାଇଭ) ଲୁଚାଇ ରଖିଥିଲା। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ଏହି ଆକ୍ରମଣ ଇରାନର ପରମାଣୁ ବିପଦକୁ ଶେଷ କରିବା ପାଇଁ କରାଯାଇଛି। ଏହି ଅପରେସନ୍ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ବିପଦ ଶେଷ ନହୋଇଛି। ସେ ଦାବି କରିଛନ୍ତି, ଆମେ ଇରାନର ଶୀର୍ଷ ଜେନେରାଲ, ବୈଜ୍ଞାନିକ ଓ ପରମାଣୁ ବିଶେଷଜ୍ଞଙ୍କୁ ଟାର୍ଗେଟ କରି ତାଙ୍କ କାର୍ଯ୍ୟକ୍ରମକୁ ବହୁ ବର୍ଷ ପଛରେ ପକାଇ ଦେଇଛୁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.