ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ

Published By : Anindita Ratha | June 15, 2025 8:47 AM

ନୂଆଦିଲ୍ଲୀ,୧୫/୬ ଇରାନ ଓ ଇସ୍ରାଏଲ ଏବେ ପରସ୍ପର ବିରୋଧରେ ରଣହୁଂକାର ଦେଉଛନ୍ତି। ଜୁନ୍ ୧୩ ରାତିରେ ଇରାନ ବିରୁଦ୍ଧରେ 'ଅପରେସନ୍ ରାଇଜିଂ ଲାୟନ୍'ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଶନିବାର ରାତିରେ  ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିଥିଲେ।  ଇସ୍ରାଏଲୀ ବାୟୁସେନା ଇରାନର ଅନ୍ୟାନ୍ୟ ଅଂଶ ସହିତ ରାଜଧାନୀ ତେହେରାନରେ ଆକ୍ରମଣ କରିଥିଲା। ଯାହାର ଜବାବରେ ଇରାନ ଇସ୍ରାଏଲ ଉପରେ ଆଉ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

ଏହି ଇସ୍ରାଏଲୀ ଆକ୍ରମଣରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା,ପରମାଣୁ ପରୀକ୍ଷାଗାର,ପରମାଣୁ ମୁଖ୍ୟାଳୟ ଏବଂ ତେହେରାନରେ ଦୁଇଟି ରିଫାଇନାରୀକୁ ଟାର୍ଗେଟ କରାଯାଇଥିଲା। ଆକ୍ରମଣ ପରେ ଅଗ୍ନିକାଣ୍ଡ ଏବଂ ବଡ଼ ଧରଣର କ୍ଷୟକ୍ଷତି ଦେଖିବାକୁ ମିଳିଛି। ଏହା ପରେ ଇରାନ ଇସ୍ରାଏଲୀ ବନ୍ଦର ସହର ହାଇଫା ସମେତ ସମଗ୍ର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏନେଇ ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ କହିଛି ଯେ,ଏହା ଇସ୍ରାଏଲର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା,ଇସ୍ରାଏଲୀ ଜରୁରୀକାଳୀନ ସେବା କହିଛି ଯେ, ଆକ୍ରମଣରେ ଦେଶର ଉତ୍ତର ଭାଗରେ ଅତି କମରେ ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି। ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ ସୋସିଆଲ ମିଡିଆରେ କହିଛନ୍ତି, "ତେହେରାନ ଜଳୁଛି।" ଏବଂ ଇରାନର ସରକାରୀ ଟେଲିଭିଜନ କହିଛି ଯେ ସହରର ପୂର୍ବ ଏବଂ ପଶ୍ଚିମରେ ବିସ୍ଫୋରଣ ଶୁଣାଯାଇଛି। ଏହି ଘଟଣା ପରେ, ଏହା ମନେ ହେଉଛି ଯେ ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.