ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

୧୫୦୦ ବର୍ଷ ପୁରୁଣା ନକ୍ସାରୁ ମିଳିଲା ହଜିଥିବା ସହର; ଖୋଜିବାକୁ ଲାଗିଲା ୧୪୬୦ ଦିନ, ଜାଣନ୍ତୁ କ'ଣ ବିଶେଷତ୍ୱ

Published By : Ankita S | June 15, 2025 2:32 PM

ନୂଆଦିଲ୍ଲୀ,୧୫/୦୬: ଆପଣ ଜାଣିଥିବେ କିଛି ଜିନିଷ ହଜିଯାଏ । କିମ୍ବା ବ୍ୟକ୍ତି ନିଖୋଜ ହୋଇଯାନ୍ତି । ହେଲେ ଜାଣିଛନ୍ତି କି କେବେ ସହର ହଜିଯିବା ଆଉ ତାହାକୁ ପୁଣି ଖୋଜି ବାହାର କରିବା । ଜୋର୍ଦାନର ହଜିଥିବା ଏକ ସହର ଥରୈସ୍ ଯାହା ବାୟଜାଣ୍ଟାଇନ୍ ସାମ୍ରାଜ୍ୟର ଅଂଶ ଥିଲା । ଶେଷରେ ଏହି ସହରର ପତ୍ତା ମିଳିଛି । ୧୫୦୦ ବର୍ଷ ପୁରୁଣା ନକ୍ସାରୁ ମିଳିଲା ହଜି ଯାଇଥିବା ସହର ଥରୈସ୍ । ଖୋଜିବାକୁ ଲାଗିଥିଲା ୧୪୦୦ ଦିନ ।

ୱାଇଅନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସମ୍ରାଟ ଜଷ୍ଟିନିଆନ (୫୨୭-୫୬୫ ଶ୍ରୀଷ୍ଟାଦ୍ଦ)ଙ୍କ ରାଜତ୍ୱ କାଳରେ ୧୫୦୦ ବର୍ଷ ପୁରୁଣା ନକ୍ସା ସାହାଯ୍ୟରେ ସହରର ପତ୍ତା ମିଳିଛି । ଏହି ମାନଚିତ୍ର ଜୋର୍ଦାନର ୧୫୭ଟି ଧାର୍ମିକ ଏବଂ ଐତିହାସିକ ସ୍ଥାନକୁ ଦେଖାଇଛି । ଅନେକ ସ୍ଥାନଗୁଡିକୁ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ହେଲେ ପ୍ରତ୍ନତ୍ତ୍ବବିତ୍‌ମାନେ ଥରୈସ୍ ସହରକୁ ଚିହ୍ନିଛନ୍ତି ।

୪ ବର୍ଷ ପୂର୍ବେ ସହରକୁ ଖୋଜା ହୋଇଥିଲା-ମୁତାହ ବିଶ୍ୱ ବିଦ୍ୟାଳୟର ପୂର୍ବ ଅଧକ୍ଷ୍ୟ ତଥା ପ୍ରତ୍ନତତ୍ତ୍ୱର ଏସୋସିଏଟ୍ ପ୍ରଫେସର ମୁସଲ୍ଲମ ଆର. ଅଲ-ରାବାହନେହଙ୍କ ନେତୃତ୍ୱରେ ୨୦୨୧ରେ ଏହି ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା । ୪ ବର୍ଷ ଧିରେ ଚାଲିଥିବା ଏହି ଅଭଯାନରେ ମାଦାବା, ମୋଜାଇକ୍ ମାନଚିତ୍ର ଏବଂ ଆଧୁନିକ ମାନଚିତ୍ର ବ୍ୟବହାର  ହୋଇଥିଲା । ଗବେଷକମାନେ ଦକ୍ଷିଣ-ପୂର୍ବ କୂଳ ନିକଟରେ ଅବସ୍ଥିତ ଆଧୁନିକ ଏଲ୍‌- ଇରାକ ସହର ଚାରିପାଖରେ ସର୍ଭେ କରିଥିଲେ । ସେଠାରେ ମୋଜାଇକ୍‌ ମହଲା, କାଚଗୁଣ୍ଡ ଏବଂ ବିଭିନ୍ନ ଉପକରଣ ମିଳିଥିଲା । ଯାହା ପ୍ରମାଣ ଦେଉଛି କି ସେଠାରେ ଏକ ପ୍ରାଚୀନ ସହର ଥିଲା । ଥରୈସ୍‌କୁ ଖୋଜିବାରେ ଧାର୍ମିକ ସଙ୍କେତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଗବେଷକମାନେ ବାୟଜାଣ୍ଟାଇନ୍ ବାସିଲିକା ଭଳି ଗଠନ ପାଇଲେ ଯାହା କେନ୍ଦ୍ରୀୟ କୋଠରୀ ସହିତ ଉଚ୍ଚ କୋଠରୀ ଥିଲା ଯାହା ଏକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବାସସ୍ଥାନ ଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.