ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ FATF ର ନିନ୍ଦା; ଆର୍ଥିକ ସହାୟତା ଉପରେ ଉଠାଇଲା ପ୍ରଶ୍ନ

Published By : Bijay Swain | June 16, 2025 10:15 PM

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଆତଙ୍କବାଦ ଅର୍ଥ ଯୋଗାଣ ନିୟନ୍ତ୍ରଣ ସଂସ୍ଥା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଛନ୍ତି। FATF କହିଛି ଯେ ଏହି ଆତଙ୍କୀ ଆକ୍ରମଣ ଆର୍ଥିକ ସହାୟତା ଓ ଅର୍ଥ ପରିଚାଳନା ବିନା ସମ୍ଭବ ହୋଇପାରି ନଥାନ୍ତା।

ଏକ ବିବୃତିରେ FATF କହିଛି, "ଆତଙ୍କବାଦୀ ଆକ୍ରମଣ ଦୁନିଆରେ ମୃତ୍ୟୁ, ଆହତ ଓ ଭୟର ବାତାବରଣ ସୃଷ୍ଟି କରେ। ପହଲଗାମରେ ହୋଇଥିବା ଏହି ନିର୍ମମ ଆକ୍ରମଣକୁ ଆମେ କଡା ନିନ୍ଦା କରୁଛୁ। ଏହା ସହ ଅନ୍ୟାନ୍ୟ ଆକ୍ରମଣ ଆର୍ଥିକ ସହାୟତା ଓ ଅର୍ଥ ପରିଚାଳନା ବିନା ହୋଇପାରେ ନାହିଁ।"

ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ନେଇ ଭାରତ ଅଭିଯୋଗ କରିଛି। ଭାରତ ଦାବି କରିଛି ଯେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଛି ଏବଂ ଆନ୍ତର୍ଜାତୀୟ ଆର୍ଥିକ ସହାୟତାକୁ ଅସ୍ତ୍ର କ୍ରୟ ପାଇଁ ବ୍ୟବହାର କରୁଛି। FATF ର ଏହି ବିବୃତି ପରେ ଭାରତ ପାକିସ୍ତାନକୁ ପୁନର୍ବାର FATF ର 'ଗ୍ରେ ଲିଷ୍ଟ' ରେ ସାମିଲ କରିବା ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରୁଛି। ଯାହା ଆଗାମୀ ଏସିଆ ପେସିଫିକ ଗ୍ରୁପ (APG) ବୈଠକ ଓ FATF ପ୍ଲେନାରୀ ବୈଠକରେ ଉପସ୍ଥାପନ କରାଯିବ।

ଏହା ପୂର୍ବରୁ ପାକିସ୍ତାନକୁ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ 'ଗ୍ରେ ଲିଷ୍ଟ' ରେ ଲାମିଲ କରାଯାଇ ଥିଲା । ତେବେ FATFର ଏହି ନିଶ୍ପତ୍ତି ପାକିସ୍ତାନର ଆର୍ଥିକ ନିୟନ୍ତ୍ରଣ ଓ ବିଦେଶୀ ନିବେଶ ଉପରେ ଗଭୀର ପ୍ରଭାବ ପକାଇଥିଲା।

ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଯେପରି ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ, ଅଟାରୀ-ବାଘା ସୀମା ବନ୍ଦ ଓ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବାତିଲ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.