ପ୍ରମୂଖ ଖବର
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ସୁରକ୍ଷା କର୍ମୀଙ୍କ ସମେତ ୮ ମୃତ, ଏକାଧିକ ଆହତ

Image Courtesy: telegraphindia

ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ । ଶନିବାର ଘଟିଥିବା ଏହି ଆତ୍ମଘାତୀ ଆକ୍ରମଣରେ ୮ ଜଣଙ୍କ ଜୀବନ ଯାଇଛି । ଆଫଗାନିସ୍ତାନ ସୀମାକୁ ଲାଗି ଥିବା ମିର୍‌ ଅଲୀ ଚେକ୍‌ ପଏଣ୍ଟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ତିନି ଚକିଆ ଯାନରେ ଆସିଥିବା ଆକ୍ରମଣକାରୀ ଚେକ୍‌ ପଏଣ୍ଟ ଏବଂ ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।  ୮ ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମୀ, ଦୁଇ ଜଣ ସୈନିକ ଏବଂ ଦୁଇ ଜଣ ନାଗରିକ ସାମିଲ ଅଛନ୍ତି ।   ଏହି ବିସ୍ଫୋରଣରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ଏହା ପୂର୍ବରୁ ଶୁକ୍ରବାର ଆଫଗାନିସ୍ତାନ ସୀମାରେ ହୋଇଥିବା ଆକ୍ରମଣରେ ୧୦ ପୋଲିସ କର୍ମୀ ପ୍ରାଣ ହରାଇଥି‌ଲେ । ଗତକାଲି ଏହି ଆକ୍ରମଣ  ଖୈବର ପଖତୁନଖ୍ବାର ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ହୋଇଥିଲା । ୨୦ରୁ ୨୫ ଆତଙ୍କବାଦୀ ଏକ ଚେକ୍‌ ପୋଷ୍ଟକୁ ଟାର୍ଗେଟ କରିଥିଲେ । ତେବେ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) । 

ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ୨୦୨୧ରେ ତାଲିବାନ କବଜା କରିବା ପରଠାରୁ  ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି । ବିଶେଷ କରି ଖୈବର ପଖତୁନଖ୍ବା ଏବଂ ବଲୁଚିସ୍ତାନରେ ଟିଟିପି ଆତଙ୍କବାଦୀ ଆତଙ୍କ ଖେଳାଉଛନ୍ତି । ସେପଟେ ଉତ୍ତର ଓ୍ବଜିରିସ୍ତାନରେ ପାକିସ୍ତାନ ସେନା ଦ୍ବାରା କରାଯାଇଥିବା ଆତଙ୍କବାଦ ନିରୋଧୀ ଅଭିଯାନରେ ୧୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.