ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୯୦ବୟସରେ କର୍ମଠ ଦ୍ବିଜ ମଉସା, ସ୍ୱାଭିମାନ ଆଗରେ ହାର ମାନିଛି ବୟସ

ଦଶରଥପୁର,୨୦/୭ : ରାତି ପାହିଲେ ଖୋଜା ପଡ଼ନ୍ତି ଦ୍ୱିଜ ମଉସା । ଦ୍ୱିଜ ମଉସାଙ୍କ ସେହି ପରିବା ଡାକ ଶୁଣିଲେ ଗାଁ ଦାଣ୍ଡକୁ ଧାଇଁ ଆସନ୍ତି ମହିଳାମାନେ । ମଉସାଙ୍କ ଠାରୁ ତଟକା ପନି ପରିବା ଟିକେ କିଣି ଦେଲେ ସେଦିନର ତରକାରୀ ଚିନ୍ତା ଉଠି ଯାଏ । ଆଖପାଖ ୫ଟି ଗ୍ରାମରେ ଦ୍ୱିଜ ମଉସା ପରିବା ଯୋଗାନ୍ତି । ସମସ୍ତଙ୍କର ଅତି ପରିଚିତ ଓ ପ୍ରିୟ ଦ୍ୱିଜ ମଉସା ପରିଣତ ବୟସରେ ପହଞ୍ଚିଛନ୍ତି । ହେଲେ ତାଙ୍କର ବୟସ ତାଙ୍କ ସ୍ୱାଭିମାନ ଆଗରେ ହାର ମାନିଛି । କାହାରି ଉପରେ ନିର୍ଭର ନକରି ସକାଳ ହେଲେ ପୁରୁଣା ଖଣ୍ଡିଆ ସାଇକେଲ ପଛରେ ତଟକା ପରିବାର ଝୁଡ଼ି ଲଦି ୪-୫ଟି ଗ୍ରାମକୁ ବୁଲନ୍ତି । କାହାକୁ ନଗଦରେ ତ କାହାକୁ ବାକିରେ ଏମିତି କିଛି ଗରିବ ଲୋକଙ୍କୁ ମାଗଣାରେ ପରିବା ଦେଇଦିଅନ୍ତି । 

ଯେଉଁଥି ପାଇଁ ସେ ସମସ୍ତଙ୍କର ଅତିପ୍ରିୟ ପାଲଟି ପାରିଛନ୍ତି । ତାଙ୍କୁ ପଚାରିଲେ ବଳ ଥିବା ଯାଏଁ କାହା ଆଗରେ ହାତ ପତେଇବିନି ବୋଲି କୁହନ୍ତି । ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ ସୁଧଗୋବିନ୍ଦ ଗ୍ରାମର ଦ୍ୱିଜ ବେହେରା । ବସୟ ତାଙ୍କୁ ୮୮ବର୍ଷ ଟପିଲାଣି । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି । ଆଖିକୁ ଭଲ କରି ଦେଖାଯାଉନି । ବୟସ ଯୋଗୁ ଆଣ୍ଠୁ ଧରୁଛି । କିଛି ବାଟ ଗଲା ପରେ ଶରୀର ଥକି ପଡ଼ୁଛି । ତଥାପି ଭାଙ୍ଗି ପଡ଼ିନାହାନ୍ତି । ପୁଅ ପାଇଁ ଅଲୋଡ଼ା ହେଲେ ସତ କିନ୍ତୁ ସ୍ୱାଭିମାନର ସହ ବଞ୍ଚିବା ଶିଖିଛନ୍ତି । କଥା ଯେମିତି ଦମ୍ଭ ବି ସେମିତି । କୌଣସି କ୍ଷେତ୍ରରେ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି । ରାତି ପାହିଲେ ନିଜ ପୁରୁଣା ସାଇକେଲ ପଛରେ ପରିବା ଝୁଡ଼ି ବାନ୍ଧି ବାହାରି ପଡ଼ନ୍ତି ଗାଁକୁ ଗାଁ । ଆଖ ପାଖ ୪-୫ଟି ଗାଁ ବୁଲି ତଟକା ପରିବା ବିକି ପରିବାର ଚଳାଇଥାନ୍ତି । ପ୍ରତି ଗାଁରେ ଘରଣୀମାନେ ତାଙ୍କ ବାଟକୁ ଅନାଇ ରହିଥାନ୍ତି । ଦ୍ୱିଜ ମଉସା ଆସିଲେ ତଟକା ପରିବା ଗଣ୍ଡାକ ହାତପାଆନ୍ତାରେ ଶୁଲଭ ମୂଲ୍ୟରେ ମିଳିବ ବୋଲି । ଦ୍ୱିଜ ମଉସା ବି ଭାରୀ ମେଳାପି ଲୋକ । ମିଠାକଥାରେ ତାଙ୍କର ପେଟ ପୁରିଯିବ । କିଏ ନଗଦରେ ତ କିଏ ବାକିରେ ପରିବା ରଖନ୍ତି । ଆଉ ଗରିବ ଲୋକ କିଏ ମାଗିଲେ ତାକୁ ମାଗଣାରେ ବି ଦେଇଦିଅନ୍ତି । ମନରେ ତାଙ୍କର ଛନ୍ଦ କି କପଟ ନାହିଁ । ସେଥିପାଇଁ ତାଙ୍କୁ ଆମ ଦ୍ୱିଜ ମଉସା ବୋଲି ଡାକନ୍ତି । ଏମିତି ପରିଣତ ବୟସରେ କାହିଁକି ବୁଲୁଛ ବୋଲି ପଚାରିଲେ ଦ୍ୱିଜ ମଉସା ଅତି ନରମ ସ୍ୱରରେ କୁହନ୍ତି ଯେଉଁ ପୁଅକୁ କୋଳେଇ କାଖେଇ ମଣିଷ କରିଥିଲି ହାତକୁ ଦୁଇ ହାତ ହେବା ପରେ ନିଜ ସଂସାରକୁ ନେଇ ଖୁସିରେ ରହିବାକୁ ଚାହିଁଲା । 

ମୁଁ ତା’ ପାଇଁ ଅଲୋଡ଼ା ହୋଇଗଲି । ତେଣୁ ମୋତେ ବଞ୍ଚିବାକୁ ପଡ଼ିବ । କଣ କରିବି, ଏ ବୟସରେ କିଏ ମୋତେ କାମ କରିବାକୁ ଡାକିବ । କାମ ନକଲେ ଖାଇବି କେମିତି । ମୁଁ ଭିକ ମାଗିବା ଲୋକ ନୁହେଁ । ସ୍ୱାଭିମାନର ସହ ବଞ୍ଚିଲେ ସମ୍ମାନ ମିଳିବ । ପିଲାଟି ବେଳରୁ ଖଟି ଶିଖିଛି । ବୁଢ଼ା ବୟସରେ ଦେହ ପୁଣି ଅଛି । ତେଣୁ ପରିବା ବେପାରକୁ ବାଛିଲି । ଆଗରୁ ୧୦ଖଣ୍ଡ ଗାଁକୁ ଯାଇ ତଟକା ପରିବା ବିକୁଥିଲି । ଏବେ ବେଶି ବାଟ ଯାଇପାରୁନି । ୪/୫ଟି ଗାଁକୁ ଯାଇ ଯାହା ବିକୁଛି ଦିନକୁ ଶହେ ଦୁଇଶହ ମିଳିଯାଉଛି । ସେଥିରେ ମୋ ପେଟ ଭରି ଯାଉଛି । ଘରେ ପୁଣି ନାତି ନାତୁଣୀ ଅଛନ୍ତି । ଫେରିବା ବାଟରେ ଯାହା ମିଳେ କେଉଁଦିନ ଚକଲେଟ୍‌ ତ କେଉଁଦିନ ବେଲୁନ ଓ ଖେଳଣା ଆଦି ନେଇ ଦେଉଛି । ସେଥିରେ ସେମାନେ ଖୁସି ହୋଇଯାଉଛନ୍ତି । ସେମାନଙ୍କ ହସହସ ମୁହଁ ଟିକେ ଦେଖି ଦେଲେ ଥକା ମେଣ୍ଟି ଯାଉଛି ବୋଲି କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.