ମୁମ୍ୱାଇ : ପ୍ରସିଦ୍ଧ ଫିଲ୍ମମେକର କରଣ ଜୋହରଙ୍କର ମାଆ , ହିରୁ ୟଶ ଜୋହରଙ୍କୁ ମୁମ୍ୱାଇର ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପପାରାଜି ଶନିବାର କରଣ ଓ ଡିଜାଇନର ମନୀଷ ମଲହୋତ୍ରାଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ହିରୁଙ୍କୁ ଦେଖିବା ପାଇଁ ହସ୍ପିଟାଲ ଯାଉଥିବାର ନଜର ଆସିଛି।
ପପାରାଜି ଶନିବାର ସନ୍ଧ୍ୟାରେ ହସ୍ପିଟାଲର ଭିତରେ କରଣ ଓ ମନୀଷଙ୍କ କାରର ଏକ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି , କରଣ ଜୋହର ଓ ତାଙ୍କର ସବୁଠୁ ଭଲ ବନ୍ଧୁ ମନୀଷ ମଲହୋତ୍ରାଙ୍କୁ ଅମ୍ୱାନୀ ହସ୍ପିଟାଲରେ ହିରୁ ଜୋହରଙ୍କୁ ଭେଟିବାର ଦେଖିବାକୁ ମିଳିଛି, ଯାହାଙ୍କୁ ଗତ ଦିନରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର ଜଲଦି ସୁସ୍ଥ ହେବାର କାମନା କରୁଛୁ।
ଭିଡ଼ିଓର ତଳେ ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି – ଜଲଦ ସୁସ୍ଥ ହୋଇ ଯାଆନ୍ତୁ। ଆଉ ଜଣେ ଲେଖିଛନ୍ତି – ଦୃଢ ରୁହ କରଣ ଜୋହର। କରଣ ନିକଟରେ ଦୀପାବଳିରେ ମାଆ ହିରୁ ଓ ଦୁଇ ପିଲା ୟଶ ଓ ରୁହୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ ଏବଂ ଏହି ଦିନ ତାଙ୍କୁ ପୋଷାକର ପ୍ରସ୍ତୁତ କରିବା ପାଇଁ ନିଜର ବନ୍ଧୁ ମନୀଷଙ୍କୁ ଧନ୍ୟବାଦ ଦେଇଛନ୍ତି।
ନିକଟରେ ମେଟଫ୍ଲିକ୍ସ ଶୋ’ ଫାବୁଲସ୍ ଲାଇଭ୍ସ ଭର୍ସେସ୍ ବଲିଉଡ ୱାଇଭ୍ସରେ କରଣ ଜୋହର ଆସି ଥିଲେ। ସେ ଏକ ଆଧୁନିକ ପରିବାରର ହେବା ବିଷୟରେ କହିଥିଲେ । ସେଠାରେ ସେ ଓ ତାଙ୍କ ମାଆ ସରୋଗେସି ମାଧ୍ୟମରେ ହୋଇଥିବା ପିଲାର ଯତ୍ନ ନେବା ବିଷୟରେ ମଧ୍ୟ ଜଣାଇଥିଲେ।
କହି ରଖୁଛୁ କି , ଗତ ବର୍ଷ , କରଣ ନିଜର ଫିଲ୍ମ ରକି ଔର ରାନୀର ପ୍ରେମ କହାନୀ ସହ ନିର୍ଦ୍ଦେଶନାକୁ ଫେରିଛନ୍ତି। ସେବେ ଠାରୁ ସେ ନିଜର ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ଅନେକ ଫିଲ୍ମ କରିଛନ୍ତି, ଯେଉଁଥିରେ କିଲ୍ , ଯୋଦ୍ଧା ଜିଗର ସାମିଲ ଅଛି। ନିକଟରେ ସେ ଧର୍ମାର ୫୦ ପ୍ରତିଶତ ଅଂଶଧନ ବିଜନେସମ୍ୟାନ ଅଦାର ପୁନାୱାଲାଙ୍କୁ ୧୦୦୦କୋଟିରେ ବିକ୍ରି କରିଛନ୍ତି।