ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ମହିଳା CISF ଗାର୍ଡଙ୍କ ଚାପୁଡା, ପୁରୁଣା ରାଗ ସୁଝାଇଥିବା ଅଭିଯୋଗ ...

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ CISF ଗାର୍ଡ ଚାପୁଡ଼ା ମାରିଛନ୍ତି । ଅଭିନେତ୍ରୀ ଏହା ଉପରେ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର କୌର ବୋଲି କୁହାଯାଉଛି ।

କଙ୍ଗନା ରାଣାୱତଙ୍କ ରାଜନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଚଣ୍ଡୀଗଡ ବିମାନବନ୍ଦର ଭିତରେ ଜଣେ ସିଆଇଏସଏଫ ମହିଳା ଗାର୍ଡ କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିଛନ୍ତି । ସେ ଦାବି କରିଛନ୍ତି ଯେ ସିଆଇଏସ୍ଏଫ୍ ଗାର୍ଡଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦାବି କରାଯାଇଛି ଯେ କୃଷକ ଆନ୍ଦୋଳନ ବିରୋଧରେ କହିଥିବାରୁ ସିଆଇଏସ୍ଏଫ୍ ଗାର୍ଡ କଙ୍ଗନା ରାନାୱତଙ୍କ ଉପରେ ରାଗିଥିଲେ ।

ସୂଚନାଥାଉକି, ମାଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରାଣାଓ୍ବତ ଆଜି ଦିଲ୍ଲୀ ଯାଇଛନ୍ତି । ଏହି ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରୁ ଚାପୁଡ଼ା ମାରିବା ଖବର ଆସିଛି । ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରୁଥିବାବେଳେ କଙ୍ଗନା କହିଥିଲେ ଯେ, ସେ ସଂସଦକୁ ଯାଉଛନ୍ତି । କଙ୍ଗନା ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଫଟୋ ସେୟାର କରିଛନ୍ତି।

ବିଜେପି ଏହି ଅଭିନେତ୍ରୀଙ୍କୁ ନିଜ ଘର ହିମାଚଳର ମାଣ୍ଡି ଆସନରୁ ପ୍ରାର୍ଥୀ କରିଥିଲା । ଟିକେଟ ପାଇବା ମାତ୍ରେ କଙ୍ଗନା ଏଠାରେ ଜୋରଦାର ପ୍ରଚାର କରିଥିଲେ ଏବଂ ୭୪୭୫୫ ଭୋଟରେ ଜିତି ନିଜର ରାଜନୈତିକ ଇନିଂସରେ ଆରମ୍ଭ କରିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.