ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ-ବାଘୁଣୀଙ୍କ ପ୍ରେମ, ଏକାଠି ହେବାର କେଇଘଣ୍ଟା ମଧ୍ୟରେ ମିଳନ

Published By : Prameya | November 10, 2024 12:38 PM

ସମ୍ବଲପୁର,୧୦/୧୧: ମୁହଁରେ ଲାଗିଥିଲା ମଣିଷ ରକ୍ତ । ମାରିଥିଲା ମଣିଷ । ପାଲଟିଥିଲା ନରଖାଦକ । ମୁଣ୍ଡାଇଥିଲା ଦୁର୍ନାମ । ନୂଆପଡ଼ା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ସେହି ମଣିଷମରା ବାଘ ଏବେ ଉବୁଟୁବୁ ହେଉଛି ପ୍ରେମରେ । ଘୂରିବୁଲୁଛି ବାଘୁଣୀ ଚାରିପଟେ ।  କେତେବେଳେ ଲାଙ୍ଗୁଡ଼ ପିଟୁଛି ତ କେତେବେଳେ  ଜିଭରେ ଚାଟି ପକାଉଛି । ପୁଣି କେତେବେଳେ  ଦେହରେ ଘଷି ହେଉଛି । କଲରାପତରିଆ ବାଘ ‘ରାଜା’  ଓ ବାଘୁଣୀ ‘ରାନୀ’ର ପ୍ରେମପ୍ରଣୟର ମୂକସାକ୍ଷୀ  ପାଲଟିଛି ସମ୍ବଲପୁର ପ୍ରାଣୀ ଉଦ୍ୟାନ । ଏକାଠି ହେବାର  ମାତ୍ର କେଇ ଘଣ୍ଟା ମଧ୍ୟରେ ଶନିବାର ଉଭୟଙ୍କ ମିଳନ  ହୋଇଥିବାବେଳେ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧି  ନେଇ ସୃଷ୍ଟି ହୋଇଛି ନୂଆ ସମ୍ଭାବନା ।    

ସେ ବାଘ ହେଉ ଅବା ମଣିଷ । ପ୍ରେମରେ  ପଡ଼ିଲେ ବଦଳିଯାଏ ପ୍ରବୃତ୍ତି ଓ ପ୍ରକୃତି । ଏହା  ଦେଖିବାକୁ ମିଳିଛ ‘ରାଜା’ କ୍ଷେତ୍ରରେ । ଗତବର୍ଷ  ନୂଆପଡ଼ା ଜିଲ୍ଲାରେ ୨ ଜଣଙ୍କ ଜୀବନ ନେଇଥିଲା  ଏହି କଲରାପତରିଆ । ବାଘ ଆକ୍ରମଣରେ ଜଣେ  କ୍ଷତାକ୍ତ ମଧ୍ୟ ହୋଇଥିଲେ । ଆତଙ୍କ ଖେଳାଇଥିବା ଏହି  ନରହନ୍ତା ବାଘକୁ ଗତବର୍ଷ ନଭେମ୍ବର ୫ରେ କାବୁ  କରିବାରେ ସଫଳ ହୋଇଥିଲା ବନ ବିଭାଗ । ୩ ଦିନ  ଧରି ଚିକିତ୍ସା ପରେ ତାକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ  ନଭେମ୍ବର ୮ରେ ଅଣାଯାଇଥିଲା । ଏଠାରେ ଦୀର୍ଘ ୧୧  ମାସ ଧରି ଚିକିତ୍ସା କରାଯିବା ସହ କ୍ୱାରେଣ୍ଟାଇନ୍‌ରେ  ରଖାଯାଇଥିଲା । ବାଘକୁ ଦେଖିବା ଲାଗି ପର୍ଯ୍ୟଟକଙ୍କୁ  ବାରଣ ଥିବାବେଳେ ତା’ର ଆଚରଣ ଉପରେ ତୀକ୍ଷ୍ଣ  ନଜର ରଖାଯାଇଥିଲା । ଆନୁମାନିକ ୮ବର୍ଷର ଏହି  ବାଘର ଇତିମଧ୍ୟରେ ନାମକରଣ କରାଯାଇଛି । ପ୍ରାଣୀ  ଉଦ୍ୟାନ କର୍ତ୍ତୃପକ୍ଷ ଏହାର ନାମ ରଖିଛନ୍ତି ‘ରାଜା’ ।   

ଏଥିପୂର୍ବରୁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ  ଦୀର୍ଘ ୬ବର୍ଷ ହେଲା ନିଃସଙ୍ଗ ଜୀବନ ବିତାଉଥିଲା  ମାଈ କଲରାପତରିଆ ‘ରାନୀ’ । ଜନ୍ମର କିଛିଦିନ ପରେ  ମା’ଠାରୁ ଅଲଗା ହୋଇଯାଇଥିବା ଏହି ବାଘୁଣୀକୁ ବୌଦ୍ଧ- ନୟାଗଡ଼ ସୀମାବର୍ତ୍ତୀ ଜଙ୍ଗଲରୁ ବନ ବିଭାଗ ଉଦ୍ଧାର କରି  ଏଠାକୁ ଆଣିଥିଲା । ଏବେ ତା’କୁ ସାଥୀ ମିଳିଯାଇଛି ।  କ୍ୱାରାଣ୍ଟାଇନ୍‌ରେ ଥିବା ‘ରାଜା’କୁ ଗତ ମାସରେ  ଏନ୍‌କ୍ଲୋଜରକୁ ଅଣାଯାଇଥିଲା । ‘ରାନୀ’ ରହୁଥିବା  ଏନ୍‌କ୍ଲୋଜରକୁ ଲାଗି ଅନ୍ୟ ଏକ ଏନ୍‌କ୍ଲୋଜରରେ  ରଖାଯାଇଥିଲା । ମଝିରେ କେବଳ ତାର ଜାଲି ଥିଲା । ଏହି  ତାର ଜାଲି ଦେଇ ଉଭୟଙ୍କ ଭାବ ବିନିମୟ ହୋଇଥିଲା ।  ମିଶିବାକୁ ବ୍ୟାକୁଳ ହେଉଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ  ସେମାନଙ୍କୁ ଏକାଠି କରାଯାଉ ନ ଥିଲା । ଉଭୟଙ୍କ  ଗତିବିଧିକୁ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରାରେ ଅନୁଧ୍ୟାନ  କରାଯାଉଥିଲା । ପରସ୍ପର ପ୍ରତି ଆକର୍ଷିତ ହେଉଥିବା  ଜଣାପଡ଼ିବା ପରେ ଶନିବାର ପ୍ରଥମ କରି ସେମାନଙ୍କୁ  ଗୋଟିଏ ଏନ୍‌କ୍ଲୋଜରକୁ ଛଡ଼ାଯାଇଥିଲା । ଏକାଠି  ହେବାର ମାତ୍ର କେଇ ଘଣ୍ଟା ଭିତରେ ବାଘ-ବାଘୁଣୀଙ୍କ  ମିଳନ ହୋଇଛି । ଅନ୍ୟପଟେ ‘ରାନୀ’ ମଧ୍ୟ ନିଃସଙ୍ଗ  ଜୀବନରୁ ମୁକ୍ତି ପାଇଛି । ଅଧିକାଂଶ ସମୟ ଏନ୍‌କ୍ଲୋଜର  ଭିତରେ ଥିବା ଗଛ ଡାଳ ଉପରେ ବସି ରହୁଥିବା ବାଘୁଣୀ  ଏବେ ଖୁସିରେ ଆତ୍ମହରା ହୋଇପଡ଼ିଛି । ବାଘ ‘ରାଜା’  ସହ ସମୟ ବିତାଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ  ୧୯୮୨ରେ ନନ୍ଦନକାନନରେ କଲରାପତରିଆ ଶାବକ  ଜନ୍ମ ହୋଇଥିଲା । ଏବେ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ  ବାଘ-ବାଘୁଣୀଙ୍କ ମିଳନ କଲରାପତରିଆ ବଂଶ ବୃଦ୍ଧି  ନେଇ ନୂଆ ଆଶା ସଞ୍ଚାର କରିଛି ।    ଏ ସମ୍ପର୍କରେ ସୂଚନା ଦେଇ ହୀରାକୁଦ ବନ୍ୟପ୍ରାଣୀ  ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, ସମ୍ବଲପୁରରେ  ରାଜ୍ୟରେ ପ୍ରଥମ କରି କଲରାପତରିଆଙ୍କ ପାଇଁ ଗ୍ଲାସ୍‌  ଦ୍ୱାରା ଆଚ୍ଛାଦିତ ଏନ୍‌କ୍ଲୋଜର ନିର୍ମାଣ କରାଯାଇଛି ।  ପର୍ଯ୍ୟଟକଙ୍କ ଦେଖିବା ପାଇଁ ୨୦ ଫୁଟ୍‌ ଲମ୍ବ ଏବଂ  ୭ ଫୁଟ୍‌ ଦୀର୍ଘ ଏକ ଗ୍ଲାସ୍‌ ଘେରା ଅଞ୍ଚଳ ନିର୍ମାଣ  କରାଯାଇଛି । ପୂର୍ବ ଏନ୍‌କ୍ଲୋଜରର ପରିସୀମା ମାତ୍ର  ୨୨୩ ବର୍ଗମିଟର ଥିବା ବେଳେ ଏହାକୁ ୫୫୦ ବର୍ଗ  ମିଟରକୁ ବୃଦ୍ଧି କରାଯାଇଛି । ଏନ୍‌କ୍ଲୋଜର ଭିତରେ  ଜଙ୍ଗଲ ଭଳି ପରିବେଶ ସୃଷ୍ଟି କରାଯାଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.