ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଓ୍ବାକଫ୍ ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ବେଳେ ପ୍ରବଳ ହଙ୍ଗାମା, ଓୱେସିଙ୍କ ସମେତ ୧୦ ବିରୋଧୀ ଦଳ ସାଂସଦ ନିଲମ୍ବିତ

Published By : Prameya | January 24, 2025 2:12 PM

ନୂଆଦିଲ୍ଲୀ,୨୪।୧: ଜେପିସି ବୈଠକରେ ପ୍ରବଳ ହଙ୍ଗମା। ୧୦ ସାଂସଦ ନିଲମ୍ବିତ। ଓ୍ବାକଫ୍ ସଂଶୋଧନ ବିଲ୍‌ ଉପରେ ଗଠିତ ବୈଠକରେ ଦେଖିବାକୁ ମିଳିଛି ଏହି ବିବାଦ। ଶେଷରେ ଏହା ଏତେ ବଢିଯାଇଥିଲା ଯେ, ମାର୍ଶଲଙ୍କୁ ଡାକିବାକୁ ପଡିଥିଲା। ଅସଦୁଦ୍ଧିନ୍ ଓଓ୍ବେସୀ ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧି ସାଂସଦଙ୍କୁ ଜେପିସି ସଦସ୍ୟତାରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି।

ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟିର ବୈଠକରେ ଜୋରସାର ହଙ୍ଗାମା। ଅସଦୁଦ୍ଧିନ୍ ଓଓ୍ବେସୀ ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ବିରୋଧି ଦଳ ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଛି। ବିରୋଧି ସାଂସଦଙ୍କ ଅଭିଯୋଗ ଯେ, ତାଙ୍କର କୌଣସି କଥାକୁ ଶୁଣାଯାଉ ନାହିଁ। ଶେଷରେ ହଙ୍ଗାମା ଏତେ ଅଧିକ ବଢିଯାଇଥିଲା ଯେ, ମାର୍ଶଲଙ୍କୁ ଡାକିବାକୁ ପଡିଥିଲା। ଯେଉଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ସେମାନେ ହେଲେ ଅସଦୁଦ୍ଧିନ୍ ଓଓ୍ବେସୀ, ଇମ୍ରାନ୍ ମସୁଦ, କଲ୍ୟାଣ ବାନାର୍ଜୀ, ଅରବିନ୍ଦ ସାଓ୍ବନ୍ତ, ନାସିର ହୁସେନ, ଏ.ରାଜା, ମୋହିବୁଲ୍ଲାହ ନଦଭି, ଏମଏମ୍‌ ଅବଦୁଲ୍ଲା, ନଦିମୁଲ ହକ୍, ମହମ୍ମଦ ଜାଭେଦ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଜେପିସି ବୈଠକରେ ହଙ୍ଗାମା ହୋଇଛି। ଏହା ପର୍ବରୁ ମଧ୍ୟ ଏହି ବୈଠକରେ ହଙ୍ଗାମା ହୋଇସାରିଛି। କମିଟି ସଦସ୍ୟମାନଙ୍କର ଦାବି ଥିଲା  ରିପୋର୍ଟ ଗ୍ରହଣ କରିବାର ତାରିଖ ୩୧ ଜାନୁଆରୀ ସ୍ଥିର କରାଯାଉ। କମିଟି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ସଂଶୋଧନ ଉପରେ ଆଲୋଚନା ପାଇଁ ଜାନୁଆରୀ ୨୪ ଏବଂ ୨୫ ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ତାରିଖକୁ ୨୭ ଜାନୁଆରୀକୁ ପରିବର୍ତ୍ତନ କରାଯାଇଥିଲା। ଫଳରେ ବିରୋଧି ଦଳର ସାଂସଦ କରିଥିଲେ ପ୍ରବଳ ହଙ୍ଗାମା।

ବିଜେପି ସାଂସଦ ଜଗଦମ୍ବିକା ପାଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲରେ ୨୧ ଲୋକସଭା ଓ ୧୦ ରାଜ୍ୟସଭାରୁ ସାଂସଦ ରହିଛନ୍ତି। ତାଙ୍କ ଭିତରେ ମୋଟ୧୩ ଜଣ ବିରୋଧି ଦଳ ସାଂସଦ ରହିଛନ୍ତି। ଭାରତରେ ପ୍ରାୟ ୩୦ ଓ୍ବାକଫ୍ ବୋର୍ଡ ରହିଛି। ଯାହାର ୯ ଲକ୍ଷ ଏକରରୁ ଅଧିକ ଜମି ଉପରେ ଥିବା ସମ୍ପତ୍ତିର ପରିଚାଳନନା କରିଥାଏ। ଏହାର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ କୋଟି। ଭାରତୀୟ ରେଲଓ୍ବେ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଦେଶରେ ସବୁଠାରୁ ଅଧିକ ଜମି ଓ୍ବାକଫ୍ ବୋର୍ଡ ନିକଟରେ ରହିଛି। ଏହି ବିଲ୍ ଉପରେ ଗତ ବର୍ଷ ଅଗଷ୍ଟରେ ବୈଠକ ବସିଥିଲା। ଆଗକୁ କମିଟି ଆଗାମୀ ବଜେଟ ଅଧିବେଶନରେ ଏହାର ୫୦୦ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.