ନୂଆଦିଲ୍ଲୀ,୨୪।୧: ଜମ୍ମୁ-କଶ୍ମୀର ରାଜୌରିରେ ରହସ୍ୟମୟ ରୋଗ କାରଣରୁ ଯାଇସାରିଲାଣି ଅନେକ ଜୀବନ। ଏହି ରୋଗକୁ ନେଇ ଏବେ ହୋଇଛି ବଡ଼ ଖୁଲସା। ମେଡିକାଲ ଟିମ୍ର ଯାଞ୍ଚରେ ଜଣାପଡି ମୃତକଙ୍କ ଶରୀରରୁ ଏକ ସାମାନ୍ୟ କାରକ ଚିହ୍ନଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ମାମଲାରେ ସୂଚନା ଦେଇ କହିଛନ୍ତି, ଗାଁ ଲୋକଙ୍କ ମୃତ୍ୟୁ କୌଣସି ରୋଗ କାରଣରୁ ନୁହେଁ ବଂର କ୍ୟାଡମିୟମ୍ ବିଷ(Cadmium Poison) କାରଣରୁ ହୋଇଛି।
ଏକ ରିପୋର୍ଟ ଅନୁସାରେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଲକ୍ଷ୍ନୌର ଏକ ଲ୍ୟାବ୍ରେ ମୃତକଙ୍କ ସାମ୍ପଲ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସେ ସମସ୍ତଙ୍କ ଶରୀରରୁ କ୍ୟାଡମିୟମ୍ ମିଳିଥିଲା। ତେବେ ଏହି କ୍ୟାଡମିୟମ୍ ତାଙ୍କ ଶରୀରକୁ କେଉଁଠୁ ଆସିଲା ସେ ନେଇ ବର୍ତ୍ତମାନ ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ଗୁରୁବାର ଗଣମଧ୍ୟମ ସହ କଥା ହୋଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଲକ୍ଷ୍ନୌରେ ଏହାର ଯାଞ୍ଚ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କଥା ସାମନାକୁ ବସିଛି। କୌଣସି ପ୍ରକାର ଭାଇରସ୍, ବ୍ୟାକ୍ଟେରିଆ କିମ୍ବା କୌଣସି ସଂକ୍ରମଣ ଏଠାରେ ନଥିଲା। ଏହା କୌଣସି ବିଷ କାରଣରୁ ହୋଇଛି। ସେ କହିଛନ୍ତି ଏହାର ଯାଞ୍ଚ କରାଯାଉଛି। ଯଦି କେହି ଜାଣିଶୁଣି ଏଭଳି କରିଛି ତେବେ ଦଣ୍ଡ ମିଳିବ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, କ୍ୟାଡମିୟମ୍ ମାନବ ଶରୀର ପାଇଁ ଖୁବ୍ ହାନିକରକ ପଦାର୍ଥ। ଏହ କାରଣରୁ କିଡନୀ, ସ୍କେଲିଟନ୍ ଓ ଶ୍ବାସକ୍ରିୟା ସମ୍ପର୍କିତ ରୋଗ ହୋଇଥାଏ। ଏହା କାରଣରୁ ମାନବ ଶରୀରରେ କ୍ୟାନସର ଭଳି ରୋଗ ସୃଷ୍ଟି ହୋଇଥାଏ। ଏହା ବିଶେଷ ଭାବରେ ଛୋଟ ପିଲାଙ୍କୁ ପ୍ରଭାବିତ କରେ। ଏହା ବିଶେଷ ଇଲେକ୍ଟ୍ରିକ୍ ଖେଳନା ରେ ରହିଥାଏ। ମାଟି ଓ ପାଣିରେ ମିଶିବା ପରେ ମାନବ ଶରୀରକୁ ପ୍ରବେଶ କରିଥାଏ। ଜମ୍ମୁ-କଶ୍ମୀର ରାଜୌରୀ ଜିଲ୍ଲାର ବଧାଲ ଗାଁରେ ଗତ ଦେଢମାସ ହେବ ଏହି ପ୍ରାଣଘାତୀ ସଙ୍କଟ ଜାରି ରହିଛି। ଏହି କାରଣରୁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ଜୀବନ ଯାଇସାରିଲାଣି। ମୃତକଙ୍କ ପରିବାରର ସଂସ୍ପର୍ଶରେ ଆସିଥିବା ୨୦୦ ଲୋକଙ୍କୁ କ୍ବାରେଣ୍ଟିନ୍ କରାଯାଇଛି।
ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ବେଳେ ପ୍ରବଳ ହଙ୍ଗାମା, ଓୱେସିଙ୍କ ସମେତ ୧୦ ବିରୋଧୀ ଦଳ ସାଂସଦ ନିଲମ୍ବିତ