ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଜମ୍ମ-କଶ୍ମୀରରେ ଆତଙ୍କୀଙ୍କୁ ସଫା କରିଦେବୁ: ଅମିତ ଶାହ

Image source: NDTV

ନୂଆଦିଲ୍ଲୀ,୧୬/୦୬: ଜାମ୍ମୁ କାଶ୍ମୀରର ସୁରକ୍ଷାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଏକ ବଡ଼ ବୈଠକ କରିଛନ୍ତି। ସୂଚନାନୁସାରେ, ଏହି ବୈଠକରେ ଶାହା ସୁରକ୍ଷା କର୍ମୀଙ୍କୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୌଣସି ମୂଲ୍ୟରେ ଯେପରି ପୁନର୍ବାର ଏହା ନଘଟେ ସନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏଥି ସହିତ ସେ ଆତଙ୍କବାଦ ସମର୍ଥକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି। 

ଏହା ବ୍ୟତୀତ ଅମରନାଥ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା କଭର, ଯାତ୍ରୀ ମାର୍ଗରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ରାଜପଥରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜନ ଏବଂ ସମସ୍ତ ତୀର୍ଥସ୍ଥାନରେ ସଜାଗତା ବୃଦ୍ଧି କରିବାକୁ ବୈଠକରେ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ମଧ୍ୟ କଡ଼ା ସୁରକ୍ଷା ପହରା ଦେବାକୁ କହିଛନ୍ତି। ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଜାମ୍ମୁ ଅଞ୍ଚଳରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀ ବିସ୍ତୃତ ରିପୋର୍ଟ ମାଗିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୂତ୍ରରୁ ପ୍ରକାଶ ଯେ ଜାମ୍ମୁରେ ଭିତିରି ଭାବେ କାମ କରୁଥିବା ଆତଙ୍କବାଦୀଙ୍କ ନିକଟରେ ପହଞ୍ଚିବା ପାଇଁ ଗୁଇନ୍ଦା ବୁଦ୍ଧି କରିବାକୁ ଗୃହମନ୍ତ୍ରୀ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେହି ମାର୍ଗ କିମ୍ବା ପଏଣ୍ଟ ବନ୍ଦ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ଯେଉଁଠାରେ ବିଦେଶୀ ଆତଙ୍କବାଦୀମାନେ ଏହି ପାର୍ଶ୍ୱକୁ ପ୍ରବେଶ କରିବାରେ ସଫଳ ହୋଇଆସିଛନ୍ତି। ଏହି ବୈଠକରେ କାଶ୍ମୀର ଏବଂ ଜାମ୍ମୁର ସମସ୍ତ ପର୍ଯ୍ୟଟନ ସ୍ଥାନ ପାଇଁ ସୁରକ୍ଷା ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ଆତଙ୍କବାଦୀଙ୍କ ଦ୍ବାରା ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ), ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ସେନା ମୁଖ୍ୟ ପାଣ୍ଡେ ଏବଂ ପରବର୍ତ୍ତୀ ସେନା ମୁଖ୍ୟ ଦ୍ୱିବେଦୀ, ସିଏ ଦୁଲୁ, ଡିଜିପି ସ୍ବୈନ, ଏଡିଜିପି କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.