ପ୍ରମୂଖ ଖବର
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଗାଜାରେ ରକେଟ୍‌ ମାଡ଼ କରିବା ସହ ଆଗକୁ ବଢ଼ୁଛି ଇସ୍ରାଏଲ ସେନା, ଦଖଲ କଲାଣି ୭୭% ଅଞ୍ଚଳ

Published By : Tapas Panda | May 26, 2025 8:26 PM

Image Courtesy: jagran

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜର ୭୭ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଛି ଏବଂ ଏବେ ବାକି ଅଞ୍ଚଳ ଦଖଲ କରିବା ପାଇଁ ବର୍ବର ଆକ୍ରମଣ କରୁଛି । ହମାସର ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି । ଇସ୍ରାଏଲର ସଦ୍ୟତମ ଆକ୍ରମଣରେ ଆଉ ୩୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଏବଂ ଜଣେ ଉଦ୍ଧାରକାରୀ ଦଳର ଅଧିକାରୀ ଅଛନ୍ତି । ୭ ଅକ୍ଟୋବର, ୨୦୨୩ ଠାରୁ ଜାରି ରହିଥିବା ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ମୋଟ ୨୨୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଇସ୍ରାଏଲ ସେନା ଆକ୍ରମଣ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ । 

ହମାସ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ ବାୟୁସେନା ବିମାନ ଆକ୍ରମଣ କରି ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରୁଛି ଏବଂ ସେନା ଆଗକୁ ବଢ଼ୁଛି । ଏହା ସହିତ ଇସ୍ରାଏଲ ଗାଜା ପଟିର ୭୭ ପ୍ରତିଶତ ଭୂମି ଦଖଲ କରିସାରିଛି। ଅଧିକାଂଶ ପାଲେଷ୍ଟାଇନ ନାଗରିକ ନିଜ ଘର ଛାଡି ପଳାଇ ଯାଇଛନ୍ତି । ଯେଉଁମାନେ ଘରେ କିମ୍ବା ତମ୍ବୁ ତଳେ ରହିଛନ୍ତି ସେମାନେ ଇସ୍ରାଏଲ ଆକ୍ରମଣ ସହିବାକୁ ବାଧ୍ୟ ହେଉଛନ୍ତି ।

ସେପଟେ ୟେମେନର ହୁତି ସଂଗଠନ ପୁଣି ଥରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଦୁଇ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବା ପରେ ଇସ୍ରାଏଲ ବାୟୁମଣ୍ଡଳରେ ପ୍ରବେଶ କରିଥିବା ଏହି କ୍ଷେପଣାସ୍ତ୍ରକୁ ଇସ୍ରାଏଲ ପ୍ରତିରକ୍ଷା ପ୍ରଣାଳୀ ଧ୍ବଂସ କରିଛି । ଅକ୍ଟୋବର ୨୦୨୩ ଠାରୁ, ଗାଜାର ସଶସ୍ତ୍ର ଗୋଷ୍ଠୀ ହମାସ ଦ୍ୱାରା ସମର୍ଥିତ ହୁତିମାନେ ଇସ୍ରାଏଲ ଉପରେ ଘନଘନ କ୍ଷେପଣାସ୍ତ୍ର ଆକ୍ରମଣ କରିଆସୁଛନ୍ତି । ଏହି ମାସର ଆରମ୍ଭରେ ତେଲ ଅଭିଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ କ୍ଷେପଣାସ୍ତ୍ର ପଡ଼ିଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.