ନୂଆଦିଲ୍ଲୀ,୧୩।୭: ଇସ୍ରାଏଲ ଓ ଇରାନ ଭିତରେ ଜାରି ଯୁଦ୍ଧ ଏବେ ବନ୍ଦ ହୋଇଯାଇଛି। କିନ୍ତୁ ଏହି ଯୁଦ୍ଧ ସମ୍ପର୍କିତ ଏକ ବଡ଼ ଅପଡେଟ୍ ଏବେ ସାମନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଯୁଦ୍ଧ ବେଳେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ଇରାନର ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକିଶିୟାନ ଆହତ ହୋଇଥିଲେ। ଏହି ଆକ୍ରମଣ ୧୬ ଜୁନ୍ରେ ତେହରାନର ପଶ୍ଚିମ ଭାଗରେ ଥିବା ଏକ ବିଲ୍ଡିଂ ଉପରେ ହୋଇଥିଲା, ଯେଉଁଠି ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ବୈଠକ ଚାଲୁଥିଲା।
ଏହି ଆକ୍ରମଣ ସମୟରେ ରାଷ୍ଟ୍ରପତି ପେଜେଶିକୟାନ୍ଙ୍କ ବ୍ୟତୀତ ସଂସଦର ଅଧ୍ୟକ୍ଷ ମହମ୍ମଦ ବାଘେର ଘାଲିବାଫ, ମୁଖ୍ୟ ବିଚାରପତି ମୋହନିସ ଏଜେଇ ଓ ଅନ୍ୟ ଶୀର୍ଷ ସୁରକ୍ଷା ଓ ସେନା ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ପେଜେଶିକୟାନଙ୍କ ଗୋଡରେ ଆଘାତ ଲାଗିଥିଲା, ସେଭଳି ଅନ୍ୟ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ରିପୋର୍ଟ ଅନୁସାରେ, ଆକ୍ରମଣ ୬ଟି ମିସାଇଲ ଦ୍ବାରା କରାଯାଇଥିଲା। ଏହି ଆକ୍ରମଣ ହସନ ନସରୁଲ୍ଲାହଙ୍କ ହତ୍ୟା କରିବାର ଯୋଜନାରେ କରାଯାଇଥିଲା। ମିସାଇଲକୁ ବିଲ୍ଡିଂରେ ପ୍ରବେଶ ଓ ବାହାର ହେବାର ମାର୍ଗକୁ ଟାର୍ଗେଟ କରାଯାଇଥିଲା। ବିସ୍ଫୋରଣ ପରେ ବିଜୁଳି କାଟି ଦିଆଯାଇଥିଲା। ଭବନର ଉପର ଅଂଶକୁ ଧ୍ବଂସ ହୋଇଯାଇଥିଲା। ଅଧିକାରୀମାନେ ଭବନର ତଳ ମହଲରେ ଥିଲେ। ଏମର୍ଜେନ୍ସି ଏକଜିଟ୍ ମାର୍ଗ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା, ଯାହାଫଳରେ ସବୁ ଅଧିକାରୀ ବାହାରିବାରେ ସଫଳ ଥିଲେ। ଆକ୍ରମଣର ସଠିକତା ଓ ମିସାଇଲର ସଠିକ ଟାର୍ଗେଟ ଏବେ ଇରାନ ଅଧିକାରୀଙ୍କୁ କୌଣସି ଆଭ୍ୟନ୍ତରୀଣ ବ୍ୟକ୍ତିର ଭୂମିକାର ଆଶଙ୍କା ରହିଛି। ସୁରକ୍ଷା ଏଜେନ୍ସି ମଧ୍ୟ ଯାଞ୍ଚରେ ଲାଗି ରହିଛି।