ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଇଣ୍ଡୋନେସିଆରେ ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ, ୧୦ ମୃତ, ୨ ନିଖୋଜ...

Published By : Prameya | December 9, 2024 9:27 PM

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଅବସ୍ଥିତ ପାହାଡି ଗାଁରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ପାଇଁ ବିନାଶ ଘଟିଛି। ଭୂସ୍ଖଳନ ଯୋଗୁଁ ଏଠାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନିଖୋଜ ଥିବା ଜଣାପଡିଛି । ଅଧିକାରୀ ମାନେ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁକାବୁମିରେ ଥିବା ଉଦ୍ଧାରକାରୀ କମାଣ୍ଡ ପୋଷ୍ଟର ମୁଖ୍ୟ ଲେଫ୍ଟନାଣ୍ଟ କର୍ଣ୍ଣେଲ ୟୁଡି ହରିୟାନ୍ତୋ କହିଛନ୍ତି ଯେ, ଗତ ସପ୍ତାହରୁ ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡ଼ିକ ଫୁଲିବାରେ ଲାଗିଛି । ଏଥିପାଇଁ ୧୭୦ରୁ ଅଧିକ ଗାଁରେ ଏବେ ବନ୍ୟା ଘେରରେ ରହିଛି । 

ହରିୟାଣ୍ଟୋ କହିଛନ୍ତି ଯେ ଭୂସ୍ଖଳନ, ବନ୍ୟା ଏବଂ ପ୍ରବଳ ପବନ ୧୭୨ ଟି ଗାଁକୁ ଧ୍ୱଂସ କରିଦେଇଛି ।  ଏଥିପାଇଁ ୩ ହଜାରରୁ ଅଧିକ ଲୋକ ଅସ୍ଥାୟୀ ସରକାରୀ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଅତ୍ୟଧିକ ବିପଦପୂର୍ଣ୍ଣ ଯୋଗୁଁ ୪ଶହରୁ ଅଧିକ ଘର ବିପଦରେ ଥିବାରୁ ପ୍ରାୟ ଏକ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଅଧିକାରୀ ମାନେ ଚେତାବନୀ ଦେଇଛନ୍ତି। ଏହି ବିପର୍ଯ୍ୟୟ ୫୩୯ ହେକ୍ଟର ଚାଷଜମି, ୩୧ ଟି ସେତୁ, ୮୧ ଟି ରାସ୍ତା ନଷ୍ଟ କରିଥିବା ବେଳେ ୧୧୭୦ ଘର ଛାତ ପର୍ଯ୍ୟନ୍ତ ବୁଡ଼ି ଯାଇଛି । 

ଉଦ୍ଧାରକାରୀ କମାଣ୍ଡ ପୋଷ୍ଟର ମୁଖ୍ୟ ଲେଫ୍ଟ ହରିୟାଣ୍ଟୋ କହିଛନ୍ତି ଯେ ସୋମବାର ଦିନ ସବୁଠାରୁ ଅଧିକ ପ୍ରଭାବିତ ଗ୍ରାମରୁ ଉଦ୍ଧାର କର୍ମଚାରୀ ମାନେ ୧୦ ଟି ମୃତଦେହ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିଲେ । ସେ କହିଛନ୍ତି ଯେ ଉଦ୍ଧାର କର୍ମଚାରୀ ମାନେ ନିଖୋଜ ଥିବା ଆଉ ଦୁଇଜଣ ଗ୍ରାମବାସୀଙ୍କୁ ଖୋଜୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.