ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଉଦୀୟମାନ ନିବେଶ ବଜାର, ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ,୦୯/୦୯: ଏମ୍‌ସିସିଆଇ ଉଦୀୟ ମାନ  ଏବଂ ନିବେଶ ଯୋଗ୍ୟ ବଜାର ସୂଚକାଙ୍କ ଜାରି ହୋଇଛି । ଏ  କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ  ଷ୍ଟାନଲି ରିପୋର୍ଟରେ ପ୍ରକାଶ ପାଇଛି । ଏମ୍‌ଏସ୍‌ସିଆଇରେ  ଇଏମ୍‌ଆଇଏମ୍‌ଆଇରେ ଭାରତର ଗୁରୁତ୍ୱ ୨୨.୨୭% ରହିଥିବା  ବେଳେ ଚୀନର ଗୁରୁତ୍ୱ ରହିଛି ୨୧.୫୮% ।  

ଚୀନର ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସେଠାକାର ବଜାର  ସଂଘର୍ଷ କରୁଥିବା ବେଳେ ଅନୁକୂଳ ଆର୍ôଥକ ସ୍ଥିତି ଯୋଗୁ  ଭାରତୀୟ ବଜାର ଲାଭବାନ ହୋଇଛି । ଭାରତୀୟ ଅର୍ଥ  ବ୍ୟବସ୍ଥାର ସୁଦୃଢ଼ ଭିତ୍ତିଭୂମି, କର୍ପୋରେଟ ଗୁଡିକର ଉନ୍ନତ  ପ୍ରଦର୍ଶନ ଯୋଗୁ ଏହା ଭାରତ ଲାଗି ଲାଭକାରୀ ହୋଇଛି ।  ଏହା ସହ ଦେଶର ଇକ୍ୱିଟି ବଜାର ବୃଦ୍ଧି ବ୍ୟାପକ ରହିଛି ।  ଏଫ୍‌ଡିଆଇରେ ୪୭% ବୃଦ୍ଧି ସହ ବ୍ରେଣ୍ଟ ଅଶୋଧିତ ତୈଳ  ଦର ହ୍ରାସ ଏବଂ ଭାରତୀୟ ଡେଟ୍‌ ବଜାରରେ ବିଦେଶୀ ନିବେଶ  ବୃଦ୍ଧି ହୋଇଛି ।  

ଏମ୍‌ଏସ୍‌ସିଆଇ ଆଇଏମ୍‌ଆଇରେ ୨.୩୫୫ ଷ୍ଟକ  ରହିଛି । ଏଥିରେ ବଡ, କ୍ଷୁଦ୍ର ଏବଂ ମଧ୍ୟମ କମ୍ପାନି ଅନ୍ତର୍ଭୁକ୍ତ ।  ଏକ ଉଦୀୟମାନ ବଜାର ଭାବେ ବିବେଚିତ ହେଉଥିବା ୨୪ଟି  ଦେଶର ଷ୍ଟକକୁ ସାମିଲ କରାଯିବା ସହ ପ୍ରତ୍ୟେକ ଦେଶର  ଫ୍ରିଫ୍ଲୋଟ ଆଡଜଷ୍ଟେଡ ମାର୍କେଟ କ୍ୟାପିଟାଲାଇଜେସନର ପ୍ରାୟ  ୮୫% କଭରେଜକୁ ଲକ୍ଷ୍ୟ ରଖି ଏହା ଅଧ୍ୟୟନ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.