ପ୍ରମୂଖ ଖବର
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ସମୁଦ୍ରରେ ବଢିବ ଭାରତର ବଳ, ନୌସେନାରେ ସାମିଲ ହେବ ଆଇଏନଏସ ତୁଶିଳ

ନୂଆଦିଲ୍ଲୀ,୧୦/୧୧: ସମୁଦ୍ରରେ ବଢିବ ଭାରତର ବଳ । ଶତ୍ରୁକୁ କଡା ଜବାବ ଦେବ ଭାରତୀୟ ସେନା । ସାବାଡ ହେବେ ଶତ୍ରୁ । କାରଣ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଡିସେମ୍ଭରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ । ଆସନ୍ତା ଡିସେମ୍ବର ୯ ତାରିଖରେ ଋଷିଆରେ ତିଆରି ଗାଇଡେଡ-ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରି ଏହାକୁ ଗ୍ରହଣ କରିବେ ।

ମିଳିଥିବା ସୂଚନା ଅନୁସାରେ କୋରୋନା ଓ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଏହି ପ୍ରୋଜେକ୍ଟରେ ବିଳମ୍ବ ହୋଇଥିଲା । ଭାରତୀୟ ନୌସେନା ପାଇଁ ଋଷ ୪ଟି ଅତ୍ୟାଧୁନିକ ଫ୍ରିଗେଟ ନିର୍ମାଣ କରୁଛି । ଡିସେମ୍ବରରେ ୯ ତାରିଖରେ ପ୍ରଥମ ସିପ ଡେଲିଭରି ହେବ । ନୌସେନାରେ ତୁଶିଳ ସାମିଲ ହେବା ପରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଶକ୍ତି ବଢିବ ।

ଆଇଏନଏସ ତୁଶିଳର ବଶେଷତ୍ବ- ଆଡଭାନ୍ସ ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ସମୁଦ୍ରରେ ଶତ୍ରୁ ସହ ଲଢେଇ କରିବ ଶକ୍ତିଶାଳୀ ତୁଶିଳ । ଏହାର ଡିଜାଇନ ଏବଂ ଅସ୍ତ୍ର ଭାରତୀୟ ନୌସେନାର ବଳ ବଢାଇବ । ଏହି ଜାହାଜର ନାମ ତୁଶିଳ ରଖାଯାଇଛି । ଯାହାର ଅର୍ଥ 'ରକ୍ଷକ' । ଯାହା ଭାରତୀୟ ସାମୁଦ୍ରିକ ସୀମାର ରକ୍ଷା କରିବା ମିଶନରେ ରହିବ ।

ଏହି ଯୁଦ୍ଧ ଜାହାଜ ସମୁଦ୍ରରେ ଡିସପ୍ଲେସମେଣ୍ଟ ୩୮୫୦ ଟନ । ଏହାର ଲମ୍ବ ୪୦୯.୫ ଫୁଟ । ବିମ ୪୯.୧୦ ଫୁଟ । ସମୁଦ୍ରରେ ଏହା ୫ ଘଣ୍ଟା ପ୍ରତି ୫୯ କିଲୋମିଟର ଗତିରେ ଚାଲିବ । ଯୁଦ୍ଧ ଜାହାଜ ସମୁଦ୍ରରେ ୧୮ ଅଧିକାରୀଙ୍କ ସମେତ ୧୮୦ ସୈନିକଙ୍କୁ ନେଇ ୩୦ ଦିନ ଯାଏ ଚାଲିବ । ଇଲେକ୍ଟ୍ରେନିକ ସିଷ୍ଟମରେ ଚାଲିବ । 

ଋଷ ଓ ଭାରତ ଏ ନେଇ ୨୦୧୬ରେ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତିନାମ ଅଧିନରେ ମୋଟ ୪ଟି ଫ୍ରିଗେଟ ରହିଥିଲା । ଭାରତୀୟ ରକ୍ଷା ମନ୍ତ୍ରଣାଳୟ ଓ ଜିଏସଏଲ ମଧ୍ୟରେ ଔପଚାରିକାତା ଅନୁବନ୍ଧ ୨୦୧୯ ଜାନୁଆରୀ ହସ୍ତାକ୍ଷରିତ ହୋଇଥିଲା । ତୁଶିଳ ସମେତ ସମସ୍ତ ୪ ଫ୍ରିଗ୍ରେଟ ୟୁକ୍ରେନ ଜେରୟା- ମାସପ୍ରୋକଟ ଦ୍ବାରା ଡିଜାଇନ କରାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.