ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପିଆଜ ଉପରୁ ୨୦% ରପ୍ତାନି ଶୁଳ୍କକୁ ହଟାଇଲେ କେନ୍ଦ୍ର ସରକାର, ଏପ୍ରିଲ ୧ରୁ ହେବ କାର୍ଯ୍ୟକାରୀ

Published By : Prameya | March 23, 2025 9:32 AM

ନୂଆଦିଲ୍ଲୀ,୨୩/୦୩: କେନ୍ଦ୍ର ସରକାର ପିଆଜ ଉପରେ ୨୦% ରପ୍ତାନି ଶୁଳ୍କକୁ ହଟାଇ ଦେଇଛନ୍ତି । ଏପ୍ରିଲ ୧ରୁ  ଏ ନିଷ୍ପତ୍ତି ଲାଗୁ ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଶନିବାର ଜାରି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି । 

ପିଆଜ ଯୋଗାଣରେ  ସୁଧାର ଏବଂ ଦର ସ୍ଥିର ହେବା ସହ ଖାଉଟି ବ୍ୟାପାର  ବିଭାଗର ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଘରୋଇ ବଜାରରେ ଉପଲବ୍ଧତା ବଢ଼ାଇବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଏହାସହିତ ଏକ ସର୍ବନିମ୍ନ ରପ୍ତାନି ମୂଲ୍ୟ(ଏମ୍‌ଇପି)  ଲଗାଇଥିଲେ । ୨୦୨୪  ସେପ୍ଟେମ୍ବରରୁ କଟକଣା ଲଗାଯାଇଥିଲା । ରବି ଫସଲ ଉତ୍ପାଦନ ବୃଦ୍ଧି  ଅନୁମାନ ରହିଥିବାବେଳେ କଟକଣାକୁ ଉଠାଇ ଦିଆଯାଇଛି ।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ପିଆଜ  ରପ୍ତାନି ପରିମାଣ ୧୭.୧୭ ଲକ୍ଷ ମେଟ୍ରିକ୍‌ଟନ ରହିଥିଲା ।  ୨୦୨୪-୨୫(ମାର୍ଚ୍ଚ ୧୮ ସୁଦ୍ଧା) ଏହା ୧୧.୬୫ ଲକ୍ଷ ମେଟ୍ରିକ୍‌ଟନ  ରହିଛି । ୨୦୨୪ ସେପ୍ଟେମ୍ବରରେ ୦.୭୨ ଲକ୍ଷ ମେଟ୍ରିକ୍‌ଟନ  ପିଆଜ ରପ୍ତାନି ହୋଇଥିବାବେଳେ ୨୦୨୫ ଜାନୁଆରୀରେ ଏହା  ୧.୮୫ ଲକ୍ଷ ମେଟ୍ରିକ୍‌ଟନକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.