ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଏହି ୟୁରୋପୀୟ ଦେଶରେ ଲୁଚିଛି ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ମେହୁଲ ଚୋକସି; ପତ୍ନୀଙ୍କୁ ମିଳିସାରିଛି ନାଗରିକତା

Published By : Prameya | March 26, 2025 9:14 AM

Image source: NBT

ନୂଆଦିଲ୍ଲୀ,୨୬/୦୩: ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ହୀରା ବ୍ୟବସାୟୀ ବର୍ତ୍ତମାନ ୟୁରୋପୀୟ ଦେଶ ବେଲଜିୟମରେ ଅଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଭାରତୀୟ ଏଜେନ୍ସି ତାଙ୍କୁ ଖୋଜୁଛି। ବେଲଜିୟମ ବୈଦେଶିକ ମନ୍ତ୍ରଣାଳୟ ବେଲଜିୟରେ ମେହୁଲ ଚୋକସି ଉପସ୍ଥିତ ଥିବା ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭିକୁ ନିଶ୍ଚିତ କରିଛି। ଏନେଇ ତଦନ୍ତକାରୀ ସଂସ୍ଥା ଏହାକୁ ଗୁରୁତର ସହିତ ଗ୍ରହଣ କରିବା ସହିତ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି। ବେଲଜିୟମ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୁହାଯାଇଛି ଯେ, ଏଫ୍‌ପିଏସ୍‌ ବୈଦେଶିକ ବ୍ୟାପାର ଅତି ନିକଟରୁ ଅନୁସରଣ ଜାରି ରଖିଛି।

ରିପୋର୍ଟ ଅନୁଯାୟୀ, ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ବେଲଜିୟମ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି। ଏହି ମାମଲାରେ ସହ-ଅଭିଯୁକ୍ତ ଚୋକସିର ଭଣଜା ନିରବ ମୋଦୀକୁ ଲଣ୍ଡନରୁ ପ୍ରତ୍ୟର୍ପଣ ପାଇଁ ଅପେକ୍ଷା କରାଯାଇଛି। ୬୫ ବର୍ଷିୟ ଚୋକସି, ୧୩,୫୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ନିରବ ମୋଦୀଙ୍କ ସହ ରହିଛନ୍ତି। ମେହୁଲର ପତ୍ନୀ ପ୍ରୀତି ଚୋକସି ବେଲଜିୟମର ନାଗରିକତା ଗ୍ରହଣ କରିସାରିଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ ମେହୁଲ ଚୋକସି ବେଲଜିୟମର ଏଫ୍ ରେସିଡେନ୍ସି କାର୍ଡ ପାଇଛି। ଚୋକସି ଚିକିତ୍ସା ପାଇଁ ଆଣ୍ଟିଗୁଆ ଏବଂ ବାରବୁଡା ଛାଡିଥିଲେ। ତଥାପି, ସେ ଦ୍ୱୀପ ରାଷ୍ଟ୍ରର ନାଗରିକ ଅଟନ୍ତି। ନିକଟରେ କାରିବିଆନ୍ ଦେଶର ବୈଦେଶିକ ମନ୍ତ୍ରୀ ଇପି ରାଇସିନା ଡାଏଲଗରେ ଭାଗ ନେବାକୁ ଭାରତ ଆସିଥିଲେ, ସେତେବେଳେ ସେ କହିଥିଲେ ଯେ ମେହୁଲ ଚୋକସି ଆଣ୍ଟିଗୁଆ ଏବଂ ବାରବୁଡାରେ ନାହାଁନ୍ତି। 

ଗ୍ରୀନ୍‌ କହିଥିଲେ ଯେ ମେହୁଲ ଚୋକସି ଚିକିତ୍ସା ପାଇଁ ଯାଇଛି। ତେବେ ସେ କେଉଁଠାରେ ଅଛି ତାହା ପ୍ରକାଶ କରାଯାଇନାହିଁ। ପିଏନବି ସ୍କାମର ସାମ୍ନାକୁ ଆସିବାର ସପ୍ତାହକ ପୂର୍ବରୁ ମେହୁଲ ଚୋକସି ଏବଂ ତାର ପୁତୁରା ନିରବ ମୋଦୀ ଜାନୁଆରୀ ୨୦୧୮ ରେ ଭାରତ ଛାଡି ପଳାଇଥିଲେ। ଏହି ଘୋଟାଲା ସାମ୍ନାକୁ ଆସିବାର ଦୁଇ ମାସ ପୂର୍ବରୁ ସେ ଆଣ୍ଟିଗୁଆ ନାଗରିକତ୍ୱ ନେଇଥିଲେ। ତାଙ୍କ ବିରୋଧରେ ମାମଲା ଏକ ରାଜନୈତିକ ଷଡଯନ୍ତ୍ରର ଫଳାଫଳ ବୋଲି ମେହୁଲ ଚୋକସି ଦାବି କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.