ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଡିଲେଡ୍ ଟେଷ୍ଟ : ଦ୍ୱିତୀୟ ଇଂନିସ୍‌ରେ ଭାରତ ୧୨୮/୫ , ଏବେ ବି ୨୯ ରନ୍‌ରେ ଆଗୁଆ ଅଷ୍ଟ୍ରେଲିଆ

Published By : Prameya | December 7, 2024 8:58 PM

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଖେଳା ଯାଉଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ ରହିଛି। ପିଙ୍କ ବଲ୍‌ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଖୁବ୍‌ ଖରାପ ରହିଛି। ଉଭୟ ଇଂନିସରେ ଟିମ୍‌ର ଷ୍ଟାର ବ୍ୟାଟର୍‌ କ୍ରିଜ୍‌ରେ ତିଷ୍ଠି ରହିବାକୁ ସଂଘର୍ଷ କରିବା ନଜର ଆସିଛି। 

ମ୍ୟାଚ୍‌ର ୨ୟ ଦିନ ଅଷ୍ଟ୍ରେଲିଆ ପ୍ରଥମ ଇଂନିସ୍‌ରେ ସମସ୍ତ ୱିକେଟ୍‌ ହରାଇ ୩୩୭ ରନ୍‌ କରିଥିବା ବେଳେ ୧୫୭ ରନ୍‌ର ବୃଦ୍ଧି ହାସଲ କରିଛି। ଦ୍ୱିତୀୟ ଇଂନିସ୍‌ରେ ଭାରତୀୟ ବ୍ୟାଟର ପୁଣି ଥରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲଙ୍କ ଆଗରେ ସଂଘର୍ଷ କରିବା ଦେଖିବାକୁ ମିଳିଛି ଏବଂ ଲଗାତାର ବ୍ୟବଧ୍ୟାନରେ ୱିକେଟ୍‌ ହରାଇଛନ୍ତି। ଭାରତ ଦ୍ୱିତୀୟ ଇଂନିସରେ ୨୪ ଓଭରରେ ୫ ୱିକେଟ୍‌ ହରାଇ ୧୨୮ ରନ୍‌ କରି ପାରିଛି। ହେଲେ ଟିମ୍‌ ଏବେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ୨୯ ରନରେ ପଛରେ ରହିଛି। 

ଉଲ୍ଲେଖନୀୟ ଯେ, ନିଜର ବ୍ୟାଟିଂ କ୍ରମ ବଦଳାଇ ଥିବା ଅଧିନାୟକ ରୋହିତ ଶର୍ମା (୬)ଙ୍କର ବ୍ୟାଟ୍‌ ୨ୟ ଇଂନିସ୍‌ରେ ମଧ୍ୟ ଚାଲି ପାରି ନାହିଁ , ହେଲେ ପ୍ରଥମ ଟେଷ୍ଟରେ ଶତକ ମାରି ଭାରତର ବିଜୟକୁ ସହଜ କରିଥିବା ବିରାଟ କୋହଲି (୧୧) ମଧ୍ୟ କିଛି କମାଲ କରି ପାରି ନାହାନ୍ତି। କେଏଲ ରାହୁଲ ୭ରନ୍ କରି ପ୍ୟାଭିଲିୟନ ଫେରି ଥିଲେ , ଯିଏକି ପ୍ରଥମ ଇଂନିସ୍‌ରେ ଖାତା ଖୋଲିବାରେ ବିଫଳ ହୋଇଥିଲେ ,ଯଶସ୍ୱୀ ଜାୟସ୍ୱାଲ ୨୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ବୋଲେଣ୍ଡଙ୍କର ଶିକାର ହୋଇଥିଲେ। ଶୁଭମନ ଗିଲ୍‌ (୨୮) ଭଲ ପ୍ରାରମ୍ଭକୁ ବଡ଼ ଇଂନିସରେ ବଦଳାଇବାରେ ବିଫଳ ରହିଛନ୍ତି। ଭାରତୀୟ ଟିମ୍‌କୁ ଇଂନିସର ପରାଜୟରୁ ରକ୍ଷା କରିବାକୁ ଆଉ ୨୯ ରନ୍‌ କରିବାକୁ ହେବ ଏବଂ ଏହାର ଆଉ ୫ଟି ୱିକେଟ୍‌ ବାକି ରହିଛି। ଆଜି ଦିନର ଖେଳ ଶେଷ ହେବା ସୁଦ୍ଧା ଋଷଭ ପନ୍ତ ( ୨୮) ଓ ନିତିଶ କୁମାର ରେଡ୍ଡୀ (୧୫) କ୍ରିଜ୍‌ରେ ଉପସ୍ଥିତ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.