ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ପର୍ଥ ଟେଷ୍ଟରେ ତୃତୀୟ ଦିନର ଖେଳ ଶେଷ; କଙ୍ଗାରୁ ଟିମ୍‌କୁ ବେଦମ୍‌ କଲେ କୋହଲି, ଯଶସ୍ବୀ ଓ ବୁମ୍ରା

Image sprce: ABP live

ନୂଆଦିଲ୍ଲୀ,୨୪/୧୧: ପର୍ଥ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି। ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ବହୁତ ଆଗରେ ରହିଛି। ସେପଟେ ଆୟୋଜକ ଅଷ୍ଟ୍ରେଲିଆର ଅବସ୍ଥା ବେହାଲ ହେବା ପରି ଦେଖାଯାଉଥିଲା। ତୃତୀୟ ଦିନରେ କୋହଲିଙ୍କ ଧ୍ବସ୍ତବିଧ୍ବସ୍ତ ଶତକର ମଜା ଦେଖିବାକୁ ମିଳିଥିଲା। ସେହିପରି ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ବୋଲିଂରେ ହଇଚଇ ସୃଷ୍ଟି କରି ଅଷ୍ଟ୍ରେଲିଆର ୪.୨ ଓଭରରେ ୩ ୱିକେଟ୍ ନେଇଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ ବିଜୟଠାରୁ ମାତ୍ର ୭ ୱିକେଟ୍ ଦୂରରେ ଅଛି।

ଏମିତି ଥିଲା ସାରା ଦିନର ମ୍ୟାଚ୍‌: 

ତୃତୀୟ ଦିନ ଟିମ୍ ଇଣ୍ଡିଆ ବ୍ୟାଟିଂରୁ ଏହାର ଅଭିଯାନ ଆରମ୍ଭ କରିଥିଲା। ଭାରତୀୟ ଦଳ ୧୭୨/୦ ରନ୍ ସହିତ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଯଶସ୍ୱୀ ଜୟସୱାଲ ଏବଂ କେ.ଏଲ୍ ରାହୁଲ କ୍ରିଜରେ ଥିଲେ। ଜୈସୱାଲ ଚମତ୍କାର ପ୍ରଦର୍ଶନ ସ୍ବରୁପ ୧୫ ଚୌକା ଓ ୩ ଛକା ସହାୟତାରେ ୧୬୧ ରନ୍‌ର ଏକ ଦର୍ଶନୀୟ ଇନିଂସ ଖେଳିଥିଲେ। ଏଥି ସହିତ ରାହୁଲଙ୍କ ବହୁତ ସମର୍ଥନ ରହିଥିଲା। ରାହୁଲ ୫ ଚୌକା ସହାୟତାରେ ୭୭ ରନ୍ ସଂଗ୍ରହ କରିଥିଲେ। ଉଭୟ ୱିକେଟ୍ ପାଇଁ ୨୦୧ ରନ୍ ଭାଗିଦାରୀ କରିଥିଲେ।

ଜୟସ୍ୱାଲ ଏବଂ ରାହୁଲଙ୍କ ୱିକେଟ୍ ପରେ ଟିମ୍ ଇଣ୍ଡିଆ କ୍ରମାଗତ ଭାବେ କିଛି ୱିକେଟ୍ ହରାଇଥିଲା। ତା’ପରେ ବିରାଟ କୋହଲି ମଇଦାନକୁ ଓହ୍ଲାଇ ଏକ ଚମତ୍କାର ଶତକ ହାସଲ କରିଥିଲେ। କୋହଲି ୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୦୦ ରନ୍ ସ୍କୋର କରିଥିଲେ। ଏହାରି ଭିତରେ ନୀତୀଶ କୁମାର ରେଡ୍ଡୀ ଶେଷରେ କୋହଲିଙ୍କୁ ବହୁତ ସମର୍ଥନ କରିଥିଲେ। ରେଡ୍ଡୀ ୨୭ ବଲରେ ୩ ଚୌକା ଓ ୨ ଛକା ସହାୟତାରେ ୩୮ ରନ ସ୍କୋର କରିଥିଲେ। କୋହଲିଙ୍କ ଶତକ ପୂରଣ କରିବା ପରେ ଟିମ୍ ଇଣ୍ଡିଆ ୪୮୭/୬ ରନ୍‌ରେ ଇନିଂସ ଘୋଷଣା କରିଥିଲା। ଇନିଂସ ଘୋଷଣା ସହିତ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଆଗରେ ୫୩୪ ରନ୍‌ର ଲକ୍ଷ ରଖିଥିଲା।

ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ସ୍କୋର: 

ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇଥିଲା। ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର ୪.୨ ଓଭରରେ ୧୨/୩ ରନ୍ ରହିଥିଲା। ଏଥିରେ ଜସପ୍ରୀତ ବୁମ୍ରା ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.