ପ୍ରମୂଖ ଖବର
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ଅଷ୍ଟ୍ରେଲିଆ ମାଟିରେ ଜସ୍ବସୀଙ୍କ ଜବରଦସ୍ତ ଶତକ, ଭାଙ୍ଗିଲେ ୧୦ ବର୍ଷ ପୁରୁଣା ରେକର୍ଡ

ପର୍ଥ,୨୪/୧୧: ଘରୋଇ ଦଳ ବୋଲରଙ୍କୁ ନାକେଦମ କରିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ଜସ୍ବସୀ ଜୈସ୍ବାଲ । କ୍ରିଜରେ ଏମିତି ଫିଟ ହୋଇଯାଇଛନ୍ତି ଯେ ତାଙ୍କୁ ଆଉଟ କରିବା କଙ୍ଗାରୁ ଦଳ ବୋଲରଙ୍କ ପାଇଁ କାଠିକର ପାଠ ହୋଇଛି । ଭାରତ ଓ ଆଷ୍ଚ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ପର୍ଥରେ ପ୍ରଥମ ଶତକ ହାସଲ କରିଛନ୍ତି  ଜସ୍ବସୀ ଜୈସ୍ବାଲ । ଅଷ୍ଟ୍ରେଲିଆ ମାଟିରେ ଜସ୍ବସୀଙ୍କର ଏହା ପ୍ରଥମ ଶତକ । ଏହି ସଫଳତା ସହିତ ଜୈସ୍ବାଲ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଭାରତୀୟ ଦଳ ମଜବୁତ ସ୍ଥିତିରେ ରହିଛି । ଦ୍ବିତୀୟ ଇନିଂସରେ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଜସ୍ବସୀ ଜୈସ୍ବାଲ ପର୍ଥ ଟେଷ୍ଟରେ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କର ଏହା ଚତୁର୍ଥ ଶତକ। ଏହି ଶତକ ସହ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଛକା ମାରି ଶତକ ହାସଲ କରିଥିଲେ ଜୈସ୍ବାଲ । ରିପୋର୍ଟ ଲେଖାଯିବା ସମୟରେ ସେ ୨୬୪ ବଲରେ ୧୪୧ ରନ କରି ଅପରାଜିତ ରହିଛନ୍ତି ।

ଭାଙ୍ଗିଲେ ୧୦ବର୍ଷ ପୁରୁଣା ରେକର୍ଡ- ଅଷ୍ଟ୍ରେଲିଆରେ ୨୦୦ରନ କରିଥିବା ଭାରତର ପ୍ରଥମ ଓପନିଂ ଯୋଡି ହୋଇଛନ୍ତି କେଏଲ ରାହୁଲ ଓ ଜସ୍ବସୀ ଜୈସ୍ବାଲ । ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଟେଷ୍ଟରେ ୨୦୦ ରନ କରିବାରେ ଭାରତର ଓପନିଂ ଯୋଡି ହୋଇଛନ୍ତି । ରାହୁଲ ୧୭୬ ବଲରେ ୭୭ ରନ (୫ଟି ଚୌକା) କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ଯୋଡିଙ୍କ ନାମରେ ଥିଲା । ଏହା ସହିତ ଅଷ୍ଟ୍ରେଲିଆରେ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଥିବା ରେକର୍ଡରେ ମଧ୍ୟ ସାମିଲ ହୋଇଛନ୍ତି ଜୈସ୍ବାଲ । ୨୩ ବର୍ଷ ବୟସରେ ଟେଷ୍ଟ ଶତର ହାସଲ କରିବା ରେକର୍ଡରେ ମଧ୍ୟ ସାମିଲ ହୋଇଛନ୍ତି । ଟେଷ୍ଟରେ ସବୁଠୁ ଅଧିକ ଛକା ମାରିଥିବା ନ୍ୟୁଜିଲାଣ୍ଡର ମ୍ୟାକୁଲମଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ପ୍ରଥମ ଇନିଂସ ଅପେକ୍ଷା ଦ୍ବିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରିଛି ବୁମରା ବାହିନୀ । ରିପୋର୍ଟ ଲେଖାହେବା ସୁଦ୍ଧା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ୨୭୫ ରନ କରି ଗୋଟିଏ ୱିକେଟ ହରାଇଛି । ୩୨୧ ରନ ଲିଡ କରୁଛି ଟିମ୍ ଇଣ୍ଡିଆ । କେଏଲ ରାହୁଲ ୭୭ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଛନ୍ତି । ବର୍ତ୍ତମାନ ଜୈସ୍ବାଲ ଓ ଦେବଦତ୍ତ ପାଡିକର କ୍ରିଜରେ ଅଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.