ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହିଳାଙ୍କ ସହ ପୂର୍ବତନ ଥାନାଧିକାରୀଙ୍କ ପ୍ରେମାଳାପ: I Miss You.. ମୋ ପାଖକୁ ପଳାଇ ଆସ...

Published By : Prameya | October 31, 2024 10:41 AM

କେନ୍ଦ୍ରାପଡ଼ା,୩୧/୧୦: ‘କେମିତି ଅଛ?  ତୁମ ବିନା ଭଲ ଲାଗୁନି । ଆଇ ଲଭ୍‌ ୟୁ । ଆଇ  ମିସ୍‌ ୟୁ.. । ମୋ ପାଖକୁ ପଳାଇ ଆସ । ତୁମର ବିରହ ଯନ୍ତ୍ରଣା ସହିହେବନି । ତମ ସ୍ୱାମୀଙ୍କଠାରୁ ମୁଁ ତମକୁ ବେଶି ଭଲ ପାଏ । କେତେବେଳେ  ଫାଙ୍କା ଦେଖି ଟିକେ ଆସ...’ - ଏମିତି କେତେ  କ’ଣ ମନ ମତାଣିଆ କଥା କହି ପ୍ରେମିକାଙ୍କ  ସହ ପ୍ରେମାଳାପ କରୁଛନ୍ତି ପ୍ରେମିକ । ଏହି  ରଙ୍ଗିନ ମିଜାଜ୍‌ର ପ୍ରେମିକ ଆଉ କେହି ନୁହନ୍ତି,  ବରଂ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ପୂର୍ବତନ ଥାନାଧିକାରୀ । ସଂପୃକ୍ତ ଥାନାଧିକାରୀ ଏବେ  କଟକ ଜିଲ୍ଲାର ଏକ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ । ଥାନାଧିକାରୀ ମହିଳାଙ୍କ  ସହ ପ୍ରେମାଳାପ କରୁଥିବାର ଏକାଧିକ ଅଡିଓ ଏବେ ସୋସିଆଲ ମିଡିଆରେ ଘୂରି  ବୁଲୁଛି । ଯାହା ପୁଲିସ ପ୍ରଶାସନ  ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । 

ଭାଇରାଲ୍‌ ଅଡିଓରୁ ଯାହା ସୂଚନା  ମିଳିଛି, ସମ୍ପୃକ୍ତ ମହିଳା ପୂର୍ବରୁ ଥାନାକୁ  କୌଣସି ଘଟଣା ବାବଦରେ ଅଭିଯୋଗ  କରିବା ପାଇଁ ଆସିଥିଲେ । ଥାନାକୁ ଏକାଧିକ ବାର ଆସିବା ମଧ୍ୟରେ କେନ୍ଦ୍ରାପଡ଼ାର  ଏହି ପୂର୍ବତନ ଥାନାଧିକାରୀଙ୍କ ସହ ତାଙ୍କର  ସମ୍ପର୍କ ବଢ଼ିଥିଲା । ମହିଳାଙ୍କ ଘର ଥାନାଠାରୁ  ମାତ୍ର ଅଧ କିଲୋମିଟର ଦୂର ହେବ । ସମ୍ପର୍କ  ଅଧିକ ଘନିଷ୍ଠ ହେବା ସହ ଦୁହେଁ ପରକୀୟା  ପ୍ରୀତିରେ ଲିପ୍ତ ରହିଥିଲେ । ଏପରିକି ମହିଳା  ଥାନାକୁ ଆସିଲେ ତାଙ୍କର ବେଶ୍‌ ଭଲ ଚର୍ଚ୍ଚା ହେଉଥିଲା । ଥାନାର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମହିଳାଙ୍କ ସହ ଘଣ୍ଟା ଘଣ୍ଟା ଧରି  ଗପ ମାରିବା ସହ ତାଙ୍କୁ ସେଓ, ଅଙ୍ଗୁର ଓ କାଜୁ ବାଦାମ ଖୁଆଉଥିଲେ ଥାନାଧିକାରୀ । ଫୋନ୍‌ରେ କଲ୍‌ କରି କଥା ହେବା ସହ  ଭିଡିଓ କଲ୍‌ ମଧ୍ୟ କରୁଥିଲେ । ଏପରିକି ଏକ  ଅଡିଓରେ ମହିଳାଙ୍କୁ ଥାନାଧିକାରୀ ସମ୍ପର୍କ  ରଖିବା ନାଁରେ ବାରିପଦା ବୁଲିବାକୁ ମଧ୍ୟ ଡାକୁଥିବା ଶୁଣାଯାଉଛି ।  

ମହିଳାଙ୍କର ମଧ୍ୟ ଏଥିରେ ସମ୍ମତି  ଥିବା ଜଣାପଡୁଛି । ତେବେ ମହିଳା ଜଣଙ୍କ ସ୍ମାର୍ଟଫୋନ୍‌ର ବ୍ୟବହାର  ବାବଦରେ ସବିଶେଷ ଜାଣିନଥିବାରୁ ଏହାର ସୁଯୋଗ ନେଇଥିଲେ ତାଙ୍କ  ଝିଅ । ତାଙ୍କ ଝିଅ ସ୍ଥାନୀୟ ଅଞ୍ଚଳର ଜଣେ  ଯୁବକଙ୍କୁ ଭଲ ପାଉଥିଲେ । ନିଜର ପତିଆରା ଦେଖାଇବାକୁ ଥାନାଧିକାରୀଙ୍କ ସହ ତାଙ୍କ  ପରିବାରର ଭଲ ସମ୍ପର୍କ ଥିବା କଥା କହିଥିଲେ ।  ଥନାଧିକାରୀଙ୍କ ସହ ତାଙ୍କ ମା’ଙ୍କ ନିବିଡ଼ତା ବିଷୟରେ ପ୍ରମାଣିତ କରିବାକୁ ଯାଇ ପ୍ରେମିକଙ୍କ  ପାଖକୁ ତାଙ୍କ ମା’-ଆଇଆଇସିଙ୍କ ବାର୍ତ୍ତାଳାପର  କେତେକ ଅଡିଓ ପଠାଇ ଦେଇଥିଲେ । ଯାହାକୁ ପରେ ସମ୍ପୃକ୍ତ ପ୍ରେମିକ ଭାଇରାଲ୍‌  କରିଦେଇଥିଲେ । ପରେ କଥା ଥାନାଧିକାରୀ ଓ ତାଙ୍କ ପତ୍ନୀଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା । ଏ ବିଷୟରେ ଖବର ପାଇବା ପରେ ଥାନାଧିକାରୀଙ୍କ  ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ସୃଷ୍ଟି ହୋଇଥିବା  ଜଣାଯାଇଛି । ଥାନାଧିକାରୀଙ୍କ ଚୋରା ପୀରତି ବିଷୟରେ ଜଣାପଡ଼ିବା ପରେ ସେ ଏହାକୁ  କୌଣସି ମତେ ରଫାଦଫା କରିବାକୁ ଉଦ୍ୟମ  କରିଥିଲେ । 

ପ୍ରକାଶ ଥାଉକି, ସମ୍ପୃକ୍ତ ଥାନାଧିକାରୀ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ମାମଲାରେ ବିବାଦୀୟ ହୋଇପଡ଼ିଥିଲେ । ସଂପୃକ୍ତ ଥାନାଧିକାରୀ କେନ୍ଦ୍ରାପଡ଼ା ଜିଲ୍ଲାର  ଏକାଧିକ ଥାନାରେ କାମ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.