ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ମୁଁ ରାଜ୍ୟସଭା ଯାଉନି...’, ଲୁଧିଆନା ଉପ-ନିର୍ବାଚନରେ ଆପ୍‌ର ବିଜୟ ପରେ କେଜ୍ରିଓ୍ବାଲଙ୍କ ପ୍ରତିକ୍ରିୟା

Published By : Harapriya Biswal | June 23, 2025 7:30 PM

ନୂଆଦିଲ୍ଲୀ,୨୩।୬:  ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟସଭାକୁ ଯିବେ ନାହିଁ। ଲୁଧିଆନା ପଶ୍ଚିମ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ  ଯେତେବେଳେ ଆପ ଏହାର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା, ସେତେବେଳେ ଅନୁମାନ କରାଯାଉଥିଲା ଯେ ଯଦି ସେ ଜିତିଯାଆନ୍ତି ତେବେ ତାଙ୍କ ସ୍ଥାନରେ ଅରବିନ୍ଦ କେଜରିୱାଲ ରାଜ୍ୟସଭାକୁ ଯାଇପାରିବେ। ସୋମବାର ଲୁଧିଆନା ପଶ୍ଚିମ ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଥିଲା ଏବଂ ଆପର ସଞ୍ଜୀବ ଆରୋରା ବିଜୟୀ ହୋଇଥିଲେ। 

ଯେତେବେଳେ ଆପ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କୁ ଏହି ବିଜୟ ଏବଂ ରାଜ୍ୟସଭା ଯିବା ବିଷୟରେ ପଚରାଗଲା, ସେ କହିଲେ, 'ରାଜ୍ୟସଭାକୁ କିଏ ଯିବେ ତାହା ଦଳର ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବ, କିନ୍ତୁ ମୁଁ ଯିବି ନାହିଁ।' ଫେବୃଆରୀରେ ଦିଲ୍ଲୀରେ ପରାଜୟ ପରେ ଲୁଧିଆନା ପଶ୍ଚିମ ଉପନିର୍ବାଚନରେ ଆମ ଆଦମୀ ପାର୍ଟିର ବିଜୟ ଦଳ ପାଇଁ ଏକ ରାଜନୈତିକ ସୁଯୋଗ ଆଣିଛି। ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ବିଧାୟକ ହେବା ପାଇଁ ଇସ୍ତଫା ଦେବା ପରେ, ପଞ୍ଜାବରୁ ରାଜ୍ୟସଭାର ଏକ ଆସନ ଖାଲି ପଡ଼ିଛି। କେଜରିୱାଲଙ୍କ ମନା ପରେ, ଏବେ ଦେଖିବାକୁ ବାକି ରହିଲା ଯେ ଆମ ଆଦମୀ ପାର୍ଟି କାହାକୁ ରାଜ୍ୟସଭାକୁ ପଠାଉଛି।

ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ ଦଳ କିମ୍ବା କେଜ୍ରିୱାଲ ପକ୍ଷରୁ ସେମାନଙ୍କର ଯୋଜନା ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। କେଜ୍ରିୱାଲ ଅଧିକାଂଶ ସମୟ ପଞ୍ଜାବରେ ବିତାଉଥିଲେ ଏବଂ କେବଳ ତାଙ୍କ ସରକାର ଥିବା ରାଜ୍ୟ ଉପରେ ଦଳର ଧ୍ୟାନ କେନ୍ଦ୍ରିତ କରୁଥିଲେ। ୨୦୨୭ ପ୍ରାରମ୍ଭରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଆଶା କରାଯାଉଛି। ସଞ୍ଜୀବ ଆରୋରା ୩୫,୧୭୯  ଭୋଟ ପାଇ କଂଗ୍ରେସ ନେତା ଭାରତ ଭୂଷଣ ଆଶୁଙ୍କଠାରୁ ୧୦,୦୬୩୭ ଭୋଟରେ ଆଗରେ ଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି)ର ଜୀବନ ଗୁପ୍ତା ତୃତୀୟ ସ୍ଥାନରେ ରହିଥିଲେ।

୨୦୧୫ ଏବଂ ୨୦୨୦ରେ ୭୦ଟି ଆସନରୁ ୬୦ରୁ ଅଧିକ ଆସନ ଜିତିଥିବା ଆପ, ୨୦୨୫ରେ ଦିଲ୍ଲୀ ବିଧାନସଭାରେ ମାତ୍ର ୨୨ଟି ଆସନ ପାଇଛି। ଅରବିନ୍ଦ କେଜରିୱାଲ ଏବଂ ତାଙ୍କର କିଛି ପ୍ରମୁଖ ନେତା ଦିଲ୍ଲୀରେ ସେମାନଙ୍କର ଆସନ ହରାଇଛନ୍ତି। ଏବେ ଦଳ ଅନ୍ୟ ରାଜ୍ୟରେ କ୍ଷମତା ଫେରି ପାଇବା ପର୍ଯ୍ୟନ୍ତ ରାଜନୈତିକ ଭାବରେ ପ୍ରାସଙ୍ଗିକ ରହିବା ପାଇଁ ବିକଳ୍ପ ଖୋଜୁଛି। ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ, ଛଅ ମାସ ମଧ୍ୟରେ ରାଜ୍ୟସଭା ଆସନ ପୂରଣ କରିବାକୁ ପଡିବ। ନିର୍ବାଚନ କମିଶନ ରାଜ୍ୟସଭା ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବେ ଏବଂ ନିର୍ବାଚନ ଅନୁଷ୍ଠିତ ହେବ। ବିଜୟୀ ପ୍ରାର୍ଥୀ ଆନୁଷ୍ଠାନିକ ଭାବରେ ଉପର ସଦନରେ ସଞ୍ଜୀବ ଆରୋରାଙ୍କ ସ୍ଥାନ ନେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.