ଉଦଳା, ୨୮/୦୭ : ଜେଲ୍ ଫେରନ୍ତା ଶିକାରୀଙ୍କ ଆତଙ୍କରାଜ୍। ସବୁଜ ବାହିନୀ ବନ କର୍ମଚାରୀଙ୍କ ଘରେ ପଶି ଭୁସିଦେଲେ ଟେଷ୍ଟର। ଝିଅକୁ କଲେ ଦୁର୍ବ୍ୟବହାର। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ଡାହୀସାହି ଗ୍ରାମରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ହୋଇଛନ୍ତି।
ସୂଚନାନୁଯାୟୀ, ୮ ମାସ ପୂର୍ବେ ଶିମିଳିପାଳରେ ଶିକାର କରି ୩ ଜଣ ଶିକାରୀ ଗିରଫ ହୋଇଥିଲେ। ଏକ ମାସ ତଳେ ସେମାନେ ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ପୋଡାଡିହା ବନାଞ୍ଚଳର ସବୁଜ ବାହିନୀ କର୍ମଚାରୀ ଭରତ ଶତ୍ରୁ ସାଲଙ୍କ ଘରେ ପଶି ଆକ୍ରମଣ କରିଛନ୍ତି। ଭରତଙ୍କୁ ଏକ ଟେଷ୍ଟର ଭୁସି ଦେଇଥିବା ବେଳେ ତାଙ୍କ ଝିଅକୁ ଦୁର୍ବ୍ୟବହାର କରିଛନ୍ତି। ଏହା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଭରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଆକ୍ରମଣ ପରେ ଫେରାର୍ ହୋଇଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।