ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ଦୀର୍ଘ ୧୫ ମାସ ପରେ ହେଲା ଘର ବାହୁଡା; ପ୍ରାଥମିକ ଭାବେ ବନ୍ଦୀମାନଙ୍କୁ ମୁକ୍ତ କଲେ ଇସ୍ରାଏଲ ଓ ପାଲେଷ୍ଟାଇନ

Published By : Bijay Swain | January 20, 2025 12:38 PM

Image courtesy: indiatoday

ନୂଆଦିଲ୍ଲୀ: ଶାନ୍ତ ପଡିଛି ଗର୍ଜୁଥିବା ବନ୍ଧୁକ। ରକ୍ତରେ ଲାଲ ହୋଇଯାଇଥିବା ମାଟିରେ ଆଜି ଉଡୁଛି ଶାନ୍ତିର ପତାକା। ଦୀର୍ଘ ୧୫ ମାସର ଅସ୍ଥିରତା ପରେ ଉଭୟ ଦେଶରେ ଶାନ୍ତି ପୁଣି ଫେରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ପ୍ରଥମେ ଇସ୍ରାଏଲ ପାଲେଷ୍ଟାଇନର ୯୦ ଜଣ ବନ୍ଦୀଙ୍କୁ ମୁକ୍ତ କରିଥିଲା। ଏହି ପରିପ୍ରେକ୍ଷିରେ ହମାସ ରବିବାର ୩ ଜଣ ଇସ୍ରାଏଲି ବନ୍ଦୀଙ୍କୁ ଇସ୍ରାଏଲକୁ ପ୍ରତ୍ୟାବର୍ତ୍ତନ କରେଇଛି। 

ସୂଚନା ମୁତାବକ, ହମାସ ଦ୍ୱାରା ମୁକ୍ତ କରାଯାଇଥିବା ବନ୍ଦୀମାନଙ୍କୁ ପ୍ରଥମେ ଇସ୍ରାଏଲକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ଇସ୍ରାଏଲ ନିଜ ଦେଶର ନାଗରିକ ମାନଙ୍କୁ ଉଦ୍ଧାର କରି ତୁରନ୍ତ ସେମାନଙ୍କୁ ସେମାନଙ୍କ ପରିବାର ନିକଟରେ ଛାଡିଥିଲା। ଅନ୍ୟପଟେ ଧ୍ୱସଂବିଧ୍ୱସଂହୋଇଯାଇଥିବା ପାଲେଷ୍ଟାଇନକୁ ଇସ୍ରାଏଲ ବନ୍ଦୀକରି ରଖିଥିବା ନାଗରିକ ମାନଙ୍କୁ ହସ୍ତାନ୍ତର କରିବା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଛନ୍ତି। 

ଅନ୍ୟପଟେ ମୋଟ୍ ୬୩୦ଟି ଟ୍ରକରେ ବିଭିନ୍ନ ପ୍ରକାରର ମାନବୀୟ ସହାୟତା ଗାଜା ମଧ୍ୟକୁ ପ୍ରବେଶ କରିଛି ବୋଲି ୟୁଏନ ଅଧିକାରୀ କହିଛନ୍ତି। ତେବେ ଏହି ଯୁଦ୍ଧରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗାଜାଷ୍ଟ୍ରିପର ଉତ୍ତରାଞ୍ଚଳକୁ ସର୍ବାଧିକ ୩୦୦ଟି ଟ୍ରକ ପଠାଯାଇଥିବା ନେଇ ସୂଚନା ରହିଛି। 

ଉଭୟ ଦେଶ ମଧ୍ୟରେ ପୂର୍ବରୁ ସିଜ-ଫାୟାର ଘୋଷଣା ସରିଥିଲେ ମଧ୍ୟ ହମାସ ଇସ୍ରାଏଲି ବନ୍ଦୀ ମାନଙ୍କୁ ଫେରାଇବାରେ ତିନିଘଣ୍ଟା ବିଳମ୍ବ କରିଥିଲା। ଏହା ସହ ହମାସ କେଉଁ ମାନଙ୍କୁ ମୁକ୍ତ କରିବାକୁ ଯାଉଛି ସେମାନଙ୍କ ନାଁ ମଧ୍ୟ ପ୍ରକାଶ କରିବାକୁ ବହୁ ସମୟ ନେଇଥିଲା। ଏହି ବିଳମ୍ୱ କାରଣରୁ ଇସ୍ରାଏଲର ଯୁଦ୍ଧ ବିମାନ ଗୁଡିକ ଗାଜା ସିମା ମଧ୍ୟକୁ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଥିଲେ। ଏହି ଏୟାର ଷ୍ଟ୍ରାଇକରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.