ନୂଆଦିଲ୍ଲୀ : କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ହମଲାର ବିରୋଧ କରିଛନ୍ତି ଭାରତୀୟ ଶିଖ୍। ଆଜି ହିନ୍ଦୁ ଶିଖ ଗ୍ଲୋବାଲ ଫୋରମ୍ର ସଦସ୍ୟମାନେ ସଡ଼କକୁ ଓହ୍ଲାଇ ଆସିଛନ୍ତି ଏବଂ ଦିଲ୍ଲୀର ଚାଣକ୍ୟପୂରୀରେ ଥିବା କାନାଡାର ଉଚ୍ଚ ଆୟୋଗ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଦିଲ୍ଲୀ ପୁଲିସ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିବା ସହ ବିରୋଧ ପ୍ରଦର୍ଶନକାରୀଙ୍କୁ ମଧ୍ୟ ରୋକିଛନ୍ତି।
ହିନ୍ଦୁ ଓ ଶିଖ୍ ସମାଜର ଗଠବନ୍ଧନର ପ୍ରତିନିଧିତ୍ୱ କରୁଥିବା ହିନ୍ଦୁ ଶିଖ୍ ଗ୍ଲୋବାଲ ଫୋରମ୍ ,ଏମିତି ହମଲାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଲିର ଆୟୋଜନ କରିଥିଲେ। ହିନ୍ଦୁ ଶିଖ୍ ଗ୍ଲୋବାଲ ଫୋରମ୍ର ଅଧ୍ୟକ୍ଷ ତରବିନ୍ଦର ସିଂହ ମାରୱାହ ଏହି ବିଷୟରେ ଦର୍ଶାଇ , ହିନ୍ଦୁ ଓ ଶିଖ୍ ସଂପ୍ରଦାୟକୁ ଟାର୍ଗେଟ୍ କରୁଥିବା ଘଟଣାର ପର୍ଯ୍ୟାୟ ବିଷୟରେ ନିଜର ଚିନ୍ତାବ୍ୟକ୍ତ କରିଛନ୍ତି।
ମାରୱାହ କହିଛନ୍ତି ,ଏ ପୂରା ପିଢି ଆତଙ୍କବାଦରେ ନଷ୍ଟ ହୋଇ ଯାଇଥିଲା। ହୁଏତ ସେମାନଙ୍କୁ ହତ୍ୟା କରାଯାଇଛି ନୁହେଁ ତ ଅନ୍ୟ ଦେଶକୁ ଚାଲି ଯାଇ ଥିବେ। ପୁଣି ଏମାନେ ଆମର ଯୁବ ପିଢିଙ୍କ ଜୀବନକୁ ନଷ୍ଟ କରିବାକୁ ଡ୍ରଗ୍ସର ବ୍ୟବହାର ଆରମ୍ଭ କଲେ। ଏହା ପରେ ଜବରଦସ୍ତ ଧର୍ମ ପରିବର୍ତ୍ତନ ପାଇଁ ଚେଷ୍ଟା ମଧ୍ୟ କରାଯାଇଛି। ଏହି ସବୁ ପରେ ମନ୍ଦିର ଗୁଡ଼ିକରେ ହମଲା ଆରମ୍ଭ ହୋଇ ଯାଇଛି , ଯାହା ପୂରା ଭୁଲ୍।
ମାରୱାହ ଭାରତର ଶିଖ୍ ସଂପ୍ରଦାୟର ଏକତା ଉପରେ ଜୋର ଦେଇଛନ୍ତି ଏବଂ ବିଚ୍ଛିନ୍ନତାବାଦୀ ବିଚାର ଧାରାକୁ ଏଡେଇ ଦେଇଛନ୍ତି । ସେ କହିଛନ୍ତି, ଆମେ ଏଠାରେ ଆପଣଙ୍କୁ ଏହା କହିବା ପାଇଁ ଅଛୁ କି ଆମେ ସବୁ ଏକାଠି ଅଛେ। ଜଣେ ସଚ୍ଚା ଶିଖ୍ କେବେ ଖଲିସ୍ତାନୀ ହୋଇ ପାରିବ ନାହିଁ । ଯଦି ସେମାନେ ଅଲଗା ରାଷ୍ଟ୍ର ଚାହୁଁଛନ୍ତି , ତ ତାଙ୍କୁ ଏହାକୁ ନିଜ ଭିତରେ ସୀମିତ ରଖିବା ଉଚିତ୍। ଆମେ ଚାହୁଁଛି କି ଆମର ତ୍ରିରଙ୍ଗା ଓ ଆମ ଦେଶକୁ ପ୍ରତି ସମୟରେ ସମ୍ମାନ କରାଯାଉ। ଭାରତୀୟ ଶିଖ୍ ଭାରତ ସହ ଠିଆ ହୋଇଛନ୍ତି ଏବଂ ସେମାନେ ଖଲିସ୍ତାନର ସମର୍ଥନ କରନ୍ତି ନାହିଁ।