ପ୍ରମୂଖ ଖବର
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଗାଜାରେ ହମାସର ମୁଖ୍ୟ ମହମ୍ମଦ ସିନଓ୍ବାର ନିହତ, ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

Published By : Tapas Panda | May 28, 2025 8:02 PM

ନୂଆଦିଲ୍ଲୀ: ଗାଜାରୁ ପରିଚାଳିତ ହମାସ ସଂଗଠନକୁ ବଡ଼ ଝଟକା ଦେଇଛି ଇସ୍ରାଏଲ । ଗାଜାରେ ହମାସର ମୁଖ୍ୟ ମହମ୍ମଦ ସିନୱାର ନିହତ । ଇସ୍ରାଏଲୀ ସେନା ସିନଓ୍ବାରକୁ ନିପାତ କରିଥିବା ସ୍ପଷ୍ଟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏହା ପୂର୍ବରୁ ମେ’୧୪ରେ  ଆଇଡିଏଫର ଆକ୍ରମଣରେ ସିନୱାର ଗୁରୁତର ହୋଇଥିବା ବୋଲି ଖବର ମିଳିଥିଲା । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲା ଇସ୍ରାଏଲ ସେନା ।   

ହମାସର ମୁଖ୍ୟ କମାଣ୍ଡର ୟାହା ସିନଓ୍ବାରର ଭାଇ ଥିଲା ମହମ୍ମଦ ସିନୱାର । ଅକ୍ଟୋବର ୨୦୨୪ରେ ଇସ୍ରାଏଲ ସେନାର ଗୁଳିରେ ପ୍ରାଣ ହରାଇଥିଲା ୟାହା ସିନୱାର । ଗାଜାରେ ହମାସର ଅବଶିଷ୍ଟ ଶୀର୍ଷ କମାଣ୍ଡରଙ୍କ ମଧ୍ୟରୁ ଜଣେ ମହମ୍ମଦ ସିନୱାର । ମେ ୧୪ରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଡ୍ରୋନ୍ ଆକ୍ରମଣ  କରିଥିବା ବେଳେ ସେ ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡ ସେଣ୍ଟର ଭାବରେ ବ୍ୟବହୃତ ସୁଡ଼ଙ୍ଗରେ ଲୁଚି ଯାଇଥିଲା ।

ଖାନ ୟୁନିସରେ ଥିବା ୟୁରୋପୀୟ ହସ୍ପିଟାଲ ତଳେ କମାଣ୍ଡ ସେଣ୍ଟରଟି ଥିଲା। ଇସ୍ରାଏଲର ସେନା ଆକ୍ରମଣ ପରେ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ହସ୍ପିଟାଲ ତଳେ ଏକ ସୁଡ଼ଙ୍ଗ ଦେଖିବାକୁ ମିଳିଥିଲା । ଏହି ସୁଡ଼ଙ୍କ ଭିତରେ ହମାସ ନିଜର କାର୍ଯ୍ୟକଳାପ ଜାରି ରଖିଥିଲା ।

ଇସ୍ରାଏଲା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ,  ‘ଆମେ ମହମ୍ମଦ ସିନୱାରକୁ ନିପାତ  କରିଛୁ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲର ସଂସଦରୁ କହିଛନ୍ତି, ଆମେ  ଇସମାଇଲ ହାନିୟେ, ମହମ୍ମଦ ଦୈଫ୍, ୟାହା ସିନୱାର ଏବଂ ଏବେ ମହମ୍ମଦ ସିନୱାରଙ୍କୁ ସଫା କରିଦେଇଛୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.