ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଗଞ୍ଜେଇଭର୍ତ୍ତି ଗାଡ଼ି ଫେରାର ଅଭିଯୋଗ; ବନ୍ଧୁକଧାରୀ ଯୁବକ ଗିରଫ

Published By : Bijay Swain | June 27, 2025 10:05 PM

Supported image: grok

ସୋନପୁର, ୨୭/୬(ଆ.ପ୍ର): ସୁବର୍ଣ୍ଣପୁର ଜିଲ୍ଲାର ଅବକାରୀ କର୍ମଚାରୀ ଆଜି ସକାଳୁ କୁଞ୍ଜ ଛକ ଠାରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଗଞ୍ଜେଇ ଥିବା ଭାବି ସନ୍ଦେହରେ ଏକ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଉକ୍ତ ଗାଡିଟି ଅବକାରୀ କର୍ମଚାରୀଙ୍କ ଗାଡିକୁ ମାଡ଼ କରି ଫେରାର ମାରିଥିଲା। ଯାହା ଫଳରେ ଅବକାରୀ ବିଭାଗର ଗୋଟିଏ ଗାଡ଼ିର ଆଗ ଭାଗ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। 

ଅନ୍ୟ ପଟେ ଆଉ ଗୋଟିଏ ଗାଡିରେ ଅବକାରୀ କର୍ମଚାରୀ କର୍ମଚାରୀ ଉକ୍ତ ଗାଡିକୁ ଦଉଡାଇବା ପାଇଁ ଚେଷ୍ଟା କଲା ବେଳେ ଗାଡ଼ି ଭିତରେ ଥିବା ଜଣେ ଅଭିଯୁକ୍ତ ଗାଡିରୁ ଡେଇଁ ପଳେଇବାକୁ ଉଦ୍ୟମ କରିଥିଲା । ଅବକାରୀ କର୍ମଚାରୀ କୌଶଳ କ୍ରମେ ଅଭିଯୁକ୍ତକୁ ଗିରଫ କରିଥିଲେ। ତାକୁ ଯାଞ୍ଚ କରିବାରୁ ଅଭିଯୁକ୍ତ ପାଖରେ ୯ ଏମଏମର ଏକ ଲୋଡେଲ ବନ୍ଧୁକ ଜବତ କରାଯାଇଥିଲା। 

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଗଇଁତଲା ଗ୍ରାମର ଦେବାଶିଷ ହାତୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତକୁ ଆଜି ଦିନ ପ୍ରାୟ ୧୧ଟାରେ ଅବକାରୀ ଷ୍ଟାପ୍ ଟାଉନଥାନା ପୋଲିକୁ ହସ୍ତାନ୍ତର କରିଛନ୍ତି। ଏନେଇ ଆଜି ଟାଉନଥାନାରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଏସଆଇ ଦିପ୍ତୀରଂଜନ ଦିଗଲ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.