ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ମଣ୍ଡିରେ ଭିଜିଲା ଧାନ , ଚିନ୍ତାରେ ଚାଷୀ

Published By : Suraj Kumar | June 15, 2025 9:04 PM

ସିଂଘିଯୁବା, ୧୫/୦୬ :  ବର୍ଷାରେ ମଣ୍ଡିରେ ଭିଜିଲା ଧାନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ସବୁ ପଡ଼ି ରହିଥିବା ବେଳେ ବର୍ଷା ଧାନକୁ ଓଦା କରିଦେଇଛି । ତେବେ ବର୍ଷା ଭିଜା ଧାନର ଗୁଣବତା ନଷ୍ଟ ହେବା ସହ ମିଲରଙ୍କ କଟନି ଛଟନିର ଶିକାର ହୋଇପାନ୍ତି ଚାଷୀ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

ସୁଚନା ଅନୁସାରେ ସିଂଘିଯୁବା ମଣ୍ଡି ଉପରେ କମିରା, ଖଇରମାଲ, ଅସୁରଗଡ଼, କଦଲୀପାଲି, ପାପୀ ,ଜାମପାଳି ଆଦି ଗାଁର ପାଖାପାଖି ୭୦୦ଶହରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରନ୍ତି ।   ପ୍ରଥମେ ଚାଷୀ ଟୋକନ ସମସ୍ୟା ନେଇ ଚିନ୍ତାରେ ଥିବା ବେଳେ ଏବେ ବର୍ଷାରେ ଧାନ ଓଦା ହୋଇ ମଣ୍ଡିରେ  ହଜାର ହଜାର କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଧାନପଡ଼ି ରହିଛି । ଚାଷୀ ମାନେ ପାଖାପାଖି ସପ୍ତାହେ ହେଲା ମଣ୍ଡିରେ ଧାନ ରଖି ଜଗି ବସିଥିଲେ ମଧ୍ୟ ମିଲର ଓ ପୋକ୍ସ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ଉଠାଣରେ ମନ୍ଥର ହୋଇଥିବା ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.