ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଖୁଣ୍ଟରେ ବାଡେଇ ହେଲା 'ଶୁଭଲକ୍ଷ୍ମୀ', ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Ankita S | June 18, 2025 12:44 PM

ବିନିକା,୧୮/୦୬: ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ବାହାରିଥିଲା ବସ୍‌ ଶୁଭଲକ୍ଷ୍ମୀ । ଅଧାବାଟରେ ଘଟିଲା ଅଘଟଣ । ବ୍ରିଜ ଉପରେ ଥିବା ଖୁଣ୍ଟରେ ପିିଟି ହେଲା ବସ୍‌ ଶୁଭଲକ୍ଷ୍ମୀ । ବିନିକା ମୁର୍ମୁରୀ ଜୋର ବ୍ରିଜ ଉପରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।  

ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ବରଗଡ଼ରୁ ବୌଦ୍ଧ ଭୟା ବିନିକା ଯାଉଥିଲା ଘରୋଇ ବସ୍‌ ଶୁଭଲକ୍ଷ୍ମୀ ରେଜିଷ୍ଟ୍ରେସନ ନମ୍ବର (OR,17,7842) । ମୂର୍ମୁରୀ ବ୍ରିଜ ପାଖରେ ଥିବା ସୁରକ୍ଷା ଖୁଣ୍ଟରେ ବାଡେଇ ହୋଇ ରହି ଯାଇଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ଘଟିନାହିଁ । ବସ୍‌ରେ ବସିଥିବା ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ସାମାନ୍ୟ ଖଣ୍ଡିଆ ଖାବରାକୁ ଛାଡିଦେଲେ କାହାର ବେଶୀ କିଛି କ୍ଷତି ହୋଇ ନାହିଁ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବସ୍ ଡ୍ରାଇଭରଙ୍କୁ ଦୋଷ ଦେଇଛନ୍ତି । ବସ୍‌ ଚାଳକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.