ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିବ ରସୁଣ, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | March 12, 2025 2:28 PM

ଧଳା ଚୋପାରେ ଘୋଡେଇ ହେଇଥିବା ଏହି ରସୁଣରେ ପ୍ରକୃତି ଭରି ଦେଇଛି ଅନେକ ଗୁଣ । ଆପଣଙ୍କ ଘରର ରୋଷେଇ ଘରେ ଏହା ସବୁବେଳେ ଉପଲବ୍ଧ । ଏହି ରସୁଣ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରି ନଥାଏ ବରଂ ଏଥିରେ ଅନେକ ଓୌଷଧୀୟ ଗୁଣ ମଧ୍ୟ ରହିଛି । ଏହି କାରଣରୁ ଆୟୁର୍ବେଦରେ ରସୁଣକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । କାରଣ ଏହି ରସୁଣ ଆଜ୍‌ମା ସମେତ ଅନେକ ରୋଗର ଚିକିତ୍ସାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ, ରସୁଣ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହେବା ସହ ଶରୀରକୁ କାମ କରିବାକୁ ଶକ୍ତି ମଧ୍ୟ ମିଳିଥାଏ । ଥଣ୍ଡା ହୋଇଥିଲେ ରସୁଣ ଖାଇବା ଦ୍ୱାରା ଆପଣଙ୍କୁ ଉପଶମ ମିଳିଥାଏ । କେବଳ ସେତିକି ନୁହେଁ, ରସୁଣକୁ ସୋରିଷ ତେଲରେ ଫୁଟାଇବା ପରେ ସେହି ତେଲକୁ ଶରୀରରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ତେବେ ଏହି ରସୁଣର ଅନ୍ୟ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆସନ୍ତୁ ଜାଣିବା । 

ଅନେକ ରୋଗର ଔଷଧ ରସୁଣ-

ରସୁଣର ବୈଜ୍ଞାନିକ ନାମ ହେଉଛି ଅଲିୟମ୍ ସାଟିଭମ୍ । ପ୍ରାଚୀନ କାଳରୁ ଏହାକୁ କେବଳ ରୋଷେଇରେ ନୁହେଁ, ବରଂ ଔଷଧରେ ମଧ୍ୟ ବ୍ୟବହାର କରାଯାଉଛି। ଏହାର ବିଶେଷତ୍ୱ ହେଉଛି ଏହାର ବାସ୍ନା ଏବଂ ସ୍ୱାଦ । ଏହାକୁ ଅନେକ ରୋଗର ନିବାରଣ ଏବଂ ଚିକିତ୍ସାରେ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆୟୁର୍ବେଦ ଏବଂ ରୋଷେଇ ଘର ଦୃଷ୍ଟିକୋଣରୁ ରସୁଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରସୁଣକୁ ପେଷିବା ଦ୍ୱାରା ଆଲିସିନ୍ ନାମକ ଏକ ପଦାର୍ଥ ଉତ୍ପନ୍ନ ହୋଇଥାଏ, ଯାହା ଆଣ୍ଟିବାୟୋଟିକ୍‌ରେ ପରିପୂର୍ଣ୍ଣ ହୋଇ ରହିଥାଏ । ଏହା ବ୍ୟତୀତ ଏଥିରେ ପ୍ରୋଟିନ୍, ଏନଜାଇମ୍ ଏବଂ ଭିଟାମିନ୍ ବି, ସାପୋନିନ୍, ଫ୍ଲାଭୋନଏଡ୍ ଭଳି ଉପକାରୀ ପଦାର୍ଥ ମଧ୍ୟ ରହିଛି।

ଅନେକ ପ୍ରକାରର ଯନ୍ତ୍ରଣା କମାଇଥାଏ ରସୁଣ-

ରସୁଣ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ । ଏହା ଏକ ପ୍ରାକୃତିକ ଆଣ୍ଟିବାୟୋଟିକ୍ ପରି ମଧ୍ୟ କାମ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ସାଇଟିକା, ପାଦରେ ଯନ୍ତ୍ରଣା, ହାତ ଏବଂ ପାଦରେ ନିଷ୍କ୍ରିୟତା, ବେକ ଏବଂ ପିଠି ଯନ୍ତ୍ରଣା, ଆସ୍ଥମା ଏବଂ କାଶ ଇତ୍ୟାଦି ରୋଗରୁ ଉପଶମ ମିଳିଥାଏ । ରସୁଣକୁ ଖାଦ୍ୟରେ ବ୍ୟବହାର କରାଯାଏ । ଖାସ୍‌ କରି ଏହାକୁ ମସଲା ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ । ମସଲାରେ ରସୁଣ ପଡ଼ି ନଥିଲେ, କାହା ସମ୍ପୂର୍ଣ୍ଣ ଭାବରେ ଫିକା ଲାଗିଥାଏ । ତେବେ ଏହି ରସୁଣ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରି ନଥାଏ ବରଂ ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ । ଖାଦ୍ୟରେ ରସୁଣକୁ ସାମିଲ କରିବା ଦ୍ୱାରା ଶୀରରରେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ହୃତପିଣ୍ଡକୁ ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଲାଭ ମିଳିଥାଏ । କେବଳ ସେତିତି ନୁହେଁ, ମୂତ୍ରାଶୟ ଏବଂ ଯକୃତକୁ କାର୍ଯ୍ୟ କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ରସୁଣ ଖାଇବା ଦ୍ୱାରା ଆପଣଙ୍କ ଭୋକ ମଧ୍ୟ ବଢ଼ିଥାଏ ଏବଂ ପାଚନ କ୍ରିୟା ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ରସୁଣ ମଧୁମେହ, ଟିୟୁଏଫ୍‌ଏସ୍‌, ଡିପ୍ରେସନ୍‌ ଏବଂ କର୍କଟ ଭଳି ରୋଗରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ନ୍ୟାସନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରସୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ରସୁଣକୁ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ଧିରେ ଧିରେ କମିଥାଏ ଏବଂ ନିୟନ୍ତ୍ରଣ ହୋଇ ରହିଥାଏ । ଏହି ରିପୋର୍ଟ ୨୦୧୫ ମସିହାରେ ପ୍ରକାଶ ପାଇଥିଲା । ଯାହା ବିଭିନ୍ନ ଅଧ୍ୟୟନ ଉପରେ ଆଧାରିତ ଥିଲା । ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଥିଲା ଯେ, ପ୍ରତ୍ୟେକ ଦିନ ରସୁଣ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ହୋଇ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.