ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଇଟାଲୀରେ ଜି-୭ ସମ୍ମିଳନୀ: ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ମୋଦି

ନୂଆଦିଲ୍ଲୀ,୧୩/୬: ଜୁନ ୧୪ରୁ ଆରମ୍ଭ ହେବ ଜି-୭ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଆଜି  ଇଟାଲୀ ଗସ୍ତ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ କାର୍ଯ୍ୟକାଳର ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ। ଏହି ବୈଠକରେ ଭାରତ ସମେତ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ତେବେ ଏହି ବୈଠକର ଗୋଟିଏ ଦିନ ପୂର୍ବରୁ ଇଟାଲୀର ଭାରତୀୟ ରାଷ୍ଟ୍ରଦୂତ  ଭାନି ରାଓ ଜାତୀୟ ଗଣମାଧ୍ୟମ ଏଏନଆଇ ସହିତ କଥାବାର୍ତ୍ତା ବେଳେ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ସମ୍ମିଳନୀରେ ଉପସ୍ଥିତ ବିଶ୍ବର ନେତାଙ୍କ ସହ  ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିବେ ।'

ସେ ଆହୁରି ମଧ୍ୟ କହିଛନ୍ତି , ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ଅଟେ। ସର୍ବପ୍ରଥମେ, ଏହି ଗ୍ଲୋବାଲ ପ୍ଲାଟଫର୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ  ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସୁଯୋଗ ଅଟେ। ଏହା ନିରନ୍ତରତାର ପ୍ରତୀକ ଅଟେ । କାରଣ ଗତବର୍ଷ ମଧ୍ୟ ଜି-୭ ସମ୍ମିଳନୀରେ ମୋଦି ଭାଗ ନେଇଥିଲେ। ତେବେ ଇଟାଲୀରେ ୫୦ତମ ଜି-ସେଭନେ ସମ୍ମିଳନୀ ଆୟୋଜିତ ହେଉଛି । ନିଜ ଗସ୍ତ ବେଳେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ୍ ୧୩ ରୁ ୧୫ ପର୍ଯ୍ୟନ୍ତ ଇଟାଲୀର ଆପୁଲିଆ ଅଞ୍ଚଳର ବିଳାସପୂର୍ଣ୍ଣ ବୋର୍ଗୋ ଏଗନାଜିଆ ରିସର୍ଟରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ୍-ହାମାସ୍ ବିବାଦ ସମେତ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.