ଅନୁଗୋଳ,୧୫।୬ : ଅନୁଗୋଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ ହଣ୍ଡପା ନିକଟରେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଓ ଝିଅ ଆହତ ହୋଇଛନ୍ତି । ସେମାନଙ୍କୁ ଅନୁଗୋଳରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ,ଝିଅ ଅମିତା ବିଶ୍ୱାଳ ଓ ନାତୁଣୀ ଏକ କାରରେ ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏହି ସମୟରେ ଆଗରେ ଯାଉଥିବା ଏକ କାର କୌଣସି କାରଣ ବଶତଃ ହଠାତ ବ୍ରେକ ଦେବାରୁ ପଛ କାର ତାକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଉର୍ମିଳା ବିଶ୍ୱାଳ ଓ ତାଙ୍କ ଝିଅ ଅମିତା ଆହତ ହୋଇ ଅନୁଗୋଳ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି।