ରାଉରକେଲା, ୦୪।୧୧ : ଅଟୋ ଚାଳକଙ୍କୁ ଗୁଳିମାଡ଼। ରାଉରକେଲା ବିଶ୍ରା ଚେକ୍ରେ ଗୁଳିମାଡ଼ ହୋଇଛି। ଅଟୋ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବିଶ୍ରା ଚେକ୍ ନିକଟରେ ଜଣେ ଅଟୋ ଚାଳକଙ୍କୁ ଗୁଳିମାଡ଼ ହୋଇଛି। ଅଟୋ ଚାଳକ ଜଣଙ୍କ ଇରଫାନ୍ ରାଜା ବୋଲି ଜଣାପଡ଼ିଛି । ଇର୍ଫାନ୍ଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆର୍ଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।