ପ୍ରମୂଖ ଖବର
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

Published By : Harapriya Sethi | May 25, 2025 7:50 AM

ଭୁବନେଶ୍ୱର, ୨୫/୦୫: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଟି.କେ ଫୋମସ୍ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନିକାଣ୍ଡ । ରାତି ୧୨ଟାରୁ ସକାଳ ୬ଟା ଯାଏଁ ହୁତୁହୁତୁ ହୋଇ ଜଳିଲା ଗଦି ତିଆରି କାରଖାନା । ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ବିଗିଡ଼ିବାରୁ ରୋବୋଟ୍ ନିୟୋଜିତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ମୂଲ୍ୟବାନ ଗଦି, ଗଦି ତିଆରି ସରଞ୍ଜାମ ସହ ମେସିନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପାଖାପାଖି ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଟି.କେ ଫୋମସ୍ ପ୍ରାଇଭେଟ୍ ଲିମିଟେଡ଼ରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ କାରଖାନାରେ ନିଆଁ ଲାଗିଥିଲା । ଏହି ସମୟରେ କମ୍ପାନି ଆଉଟ୍ ହାଉସରେ ଥିବା କର୍ମଚାରୀ ଶୋଇ ପଡ଼ିଥିଲେ । ଫଳରେ ନିଆଁ ସମଗ୍ର ୟୁନିଟ୍‌କୁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପରେ କାରଖାନାର ଚାରିପଟ କାନ୍ଥ ଫାଟିବା ସହ ଗଦି ଓ ଗଦି ତିଆରି ସରଞ୍ଜାମ, ମେସିନ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ସେକ୍ରେଟେରିଏଟ୍, କଟକ, ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସ୍ଥିତି ଅଧିକ ବିଗିଡ଼ିବାରୁ ନିଆଁ ଲିଭାଇବା ପାଇଁ ରୋବୋଟ୍‌କୁ ମଧ୍ୟ ନିୟୋଜିତ କରାଯାଇଥିଲା । ରୋବୋଟ୍‌ ଏବଂ ଅଗ୍ନିଶମ ବାହିନୀର ମିଳିତ ଚେଷ୍ଟାରେ ଦୀର୍ଘ ୬ ଘଣ୍ଟାର ପରେ ନିଆଁକୁ ଆୟତ୍ତ କରାଯାଇଛି ।  

ତେବେ କାରଖାନାର ମାଲିକଙ୍କ କହିବା ଅନୁଯାୟୀ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି ଏବଂ ଏଥିରେ ପାଖାପାଖି ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିଆଁ ଲାଗିବା କାରଣରୁ କମ୍ପାନୀରେ ଥିବା ସମସ୍ତ ଜିନିଷ ସହ ମେସିନ୍‌ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.