ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଦୀର୍ଘ ବର୍ଷ ପରେ ତ୍ରି ଏକାଦଶ ଯୋଗ, ମେ ମାସରେ ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ

Published By : Harapriya Sethi | April 23, 2025 6:53 AM

ମେ’ ମାସ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସଫଳତା ସହ ଶୁଭଫଳ ଆଣିବାକୁ ଯାଉଛି । ବ୍ୟବସାୟର ସ୍ୱାମୀ ଗ୍ରହ ବୁଧ ଓ ଧନର ଦାତା ଗୁରୁ ଅର୍ଥାତ ବୃହସ୍ପତି ଗ୍ରହ ମେ ୫ ତାରିଖ ଦିନ ରାତି ୧୦ଟା ୪୯ ମିନିଟ୍‌ରେ ପରସ୍ପର ସହ ୬୦ ଡିଗ୍ରୀର କୋଣୀୟ ସ୍ଥିତିରେ ରହିବେ । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ବୁଧ ଓ ଗୁରୁ ଏଭଳି ସ୍ଥିତି କାରଣରୁ ‘ତ୍ରି- ଏକାଦଶ ଯୋଗ’ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଲାଭ ଦୃଷ୍ଟି ଯୋଗ ମଧ୍ୟ କୁହାଯାଏ। ଏହି ଯୋଗ ଫଳରେ ବ୍ୟକ୍ତିଙ୍କୁ ସଫଳତା ପରେ ସଫଳତା ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ ରାଶି - ମେ’୫ରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ହଠାତ୍‌ ଧନ ମିଳିବା ସହ ଚାକିରିରେ ବଡ ଲାଭ ମିଳିବ ।

ବୃଷ ରାଶି- ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଭୂମି, ଘର କିଣିବାର ଯୋଗ ରହିଛି ।

କର୍କଟ ରାଶି- ଆର୍ଥିକ କ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ପ୍ରଶଂସା ମିଳିବ। ଦରମା ମଧ୍ୟ ବୃଦ୍ଧି ହେବ।

କନ୍ୟା ରାଶି- ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ। କର୍ମକ୍ଷେତ୍ରରେ ସକରାତ୍ମକ ଫଳ ମିଳିବ । ପଦନ୍ନୋତିର ଯୋଗ ରହିଛି ।

ମକର ରାଶି- ପରିବାରରେ ହସଖୁସିର ବାତାବରଣ ରହିବ। ବଡ ଲାଭ ମିଳିବ। କାର୍ଯ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଉନ୍ନତି ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.