ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

'କଙ୍ଗୁଭା' ଫିଲ୍ମର ସଂପାଦକ ନିଶାଦ ୟୁସୁଫଙ୍କର ମୃତ୍ୟୁ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

Published By : Anindita Ratha | October 30, 2024 1:01 PM

ମୁମ୍ବାଇ,୩୦/୧୦:  ,ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ମାକୁ ଆସିଛି । ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଅଭିନୀତ 'କଙ୍ଗୁଭା' ଫିଲ୍ମର ସଂପାଦକ ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ଅକ୍ଟୋବର ୩୦ ଅର୍ଥାତ୍ ଆଜି କୋଚିରେ ଏକ ଆପାର୍ଟମେଣ୍ଟରୁ ନିଶାଦଙ୍କ ମୃତଦେହ ମିଳିଛି। ତେବେ  ନିଶାଦଙ୍କ ଅଚାନକ ମୃତ୍ୟୁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲୋଡ଼ନ ସୃଷ୍ଟି କରିଛି। ସେପଟେ ନିଶାଦ ୟୁସୁଫଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ନିଶାଦ ୟୁସୁଫ ମୃତ୍ୟୁର ଦୁଇ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ। ସେ ସେୟାର କରିଥିବା ଦୁଇଟି ପୋଷ୍ଟ ମଧ୍ୟରୁ ଗୋଟିକରେ ନିଶାଦ 'କଙ୍ଗୁଭା' ନିର୍ଦ୍ଦେଶକ ଶିବାଙ୍କ ସହ ଥିବାବେଳେ ଅନ୍ୟ ଫଟୋରେ ତାଙ୍କୁ ବବି ଦେଓଲ ଏବଂ ସୂର୍ଯ୍ୟାଙ୍କ ସହ ଦେଖିବାକୁ ମିଳିଥିଲା। କେରଳ ଚଳଚ୍ଚିତ୍ର କର୍ମଚାରୀ ସଂଘ ନିଶାଦ୍ ୟୁସୁଫଙ୍କ ମୃତ୍ୟୁ ନେଇ ଏହାର ଆଧିକାରୀକ ଫେସବୁକ୍ ପେଜରେ ସୂଚନା ଦେଇଛି। ସଂଘ ଲୋକପ୍ରିୟ ଚଳଚ୍ଚିତ୍ର ସମ୍ପାଦକଙ୍କ ଏକ ଫଟୋ ସେୟାର କରି ମାଲାୟାଲମରେ ଲେଖିଛି, ପରିବର୍ତ୍ତିତ ମାଲାୟାଲମ୍ ସିନେମାର ସମସାମୟିକ ଭବିଷ୍ୟତ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚଳଚ୍ଚିତ୍ର ସମ୍ପାଦକ ନିଶାଦ ୟୁସୁଫଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଏକ ଦୁଃଖଦ ଘଟଣା 'ଥାଲୁମାଲା' ଚଳଚ୍ଚିତ୍ର ସମ୍ପାଦନା ପାଇଁ ୨୦୨୨ ମସିହାରେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ନିଶାଦ ୟୁସୁଫ। 'ଥାଲୁମାଲା' ବ୍ୟତୀତ 'ଚାଭେର', 'ଉଣ୍ଡା', 'ସାଉଦି ଭେଲ୍ଲାକ୍କା', 'ୱାନ', ଏବଂ 'ଅପରେସନ୍ ଜାଭା' ଭଳି ସୁପର ହିଟ୍ ଚଳଚ୍ଚିତ୍ର ସମ୍ପାଦନା କରିଥିଲେ ନିଶାଦ। ସେ ସମ୍ପାଦନା କରିଥିବା 'ବାଜୁକା' ଏବଂ 'କାଙ୍ଗୁଭା' ଚଳଚ୍ଚିତ୍ର ବେଶ ଚର୍ଚ୍ଚାରେ ରହିଛି। ହେଲେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.