ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଧାନ ବିକ୍ରି ଦାବିରେ ଭେଡେନ ଖୁଣ୍ଟୁଲିପାଲି ଚାଷୀଙ୍କ ରାସ୍ତାରୋକ

Published By : Bijay Swain | June 25, 2025 5:47 PM

ବରଗଡ, ୨୫/୬(ଆପ୍ର): ଆଉ ୪ଦିନ ପରେ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢମାସ ପୂରିବ । ହେଲେ ଏପର୍ଯ୍ୟନ୍ତ ଜିଲାର ଚାଷୀମାନଙ୍କ ଧାନ ବିକ୍ରି ସରିନାହିଁ । ଅନ୍ୟପକ୍ଷରେ ବର୍ଷା ଆରମ୍ଭ ହୋଇଯାଇ ଥିବାବେଳେ ଖରିଫ ଚାଷ କାର୍ଯ୍ୟ ସମୟ ଗଡି ଚାଲିଛି। 

ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡି ରହିଛି। କେତେକ ସ୍ଥାନରେ ଧାନ ଗଜା ମଧ୍ୟ ହୋଇଗଲାଣି। ଏହାସତ୍ତ୍ୱେ ଧାନ ଉଠାଣ ତ୍ୱରାନ୍ୱିତ ହୋଇ ପାରିନାହିଁ। ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଲିପାଲି ମଣ୍ଡିରେ ଏଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। 

ଏହି କ୍ରମରେ ବୁଧବାର ପୂର୍ବାହ୍ନ ୧୦ଟାରୁ ଅଞ୍ଚଳର ଚାଷୀମାନେ ସଂଗଠିତ ହୋଇ ଧାନ ବୋଝେଇ ଟ୍ରାକ୍ଟର ରଖି ଖୁଣ୍ଟଲିପାଲି ଧାନମଣ୍ଡି ସମ୍ମୁଖରେ ଗୋଡଭଗା-ସୋନପୁର ରାସ୍ତା ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.