ପ୍ରମୂଖ ଖବର
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ବିଲରେ ଟଳି ପଡ଼ିଲେ ଚାଷୀ; ବଜ୍ରାଘାତରେ ଚାଲିଗଲା ଜୀବନ

Published By : Anindita Ratha | August 7, 2025 2:39 PM

କୋଣାର୍କ,୦୭/୦୮:  ବଜ୍ରପାତରେ ଟଲିପଡିଲେ ଚାଷୀ। ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାନ୍ତିମଳା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ  ଚାଷୀ ଜଣକ ହେଲେ ୫୦ ବର୍ଷୀୟ ବାଇଧର ବଳ । ସୂଚନା ମୁତାବକ, କୋଣାର୍କ ଥାନା ଅନ୍ତର୍ଗତ କାନ୍ତିମଳା ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ସେ ବିଲରେ ଚାଷ କାମ କରୁଥିଲେ । ସେହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ହଠାତ୍ ବଜ୍ରପାତ ମାରିବାରୁ ବାଇଧର ବିଲରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ପଠାଯିବ ବୋଲି ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.