ନୂଆଦିଲ୍ଲୀ,୧୦।୧: ଧର୍ମକୁ ନିନ୍ଦା କରିବା ପଡିଲା ମହଙ୍ଗା। ଇରାନରେ ପ୍ରସିଦ୍ଧ ସିଙ୍ଗରଙ୍କୁ ମୃତ୍ୟୁଦଣ୍ଡ। କେବଳ ସେତିକି ନୁହେଁ ଗାୟକଙ୍କ ଉପରେ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେବା, ଅଶ୍ଲୀଳତା ବଢାଇବା ସହିତ ବହୁ ଗମ୍ଭୀର ଅଭିଯୋଗ ରହିଛି। ବିଶେଷ କରି ଟାଟାଲୁ ଦୀର୍ଘ ସମୟ ଧରି ଇରାନ ପୋଲିସର କଷ୍ଟଡିରେ ଥିଲେ। ତାଙ୍କୁ ତୁର୍କୀ ପୋଲିସ ଇରାନକୁ ହସ୍ତାନ୍ତର କରିଛି।
ସିଙ୍ଗରଙ୍କ ନାଁ ହେଉଛି ଆମିର ହୁସେନ ମଗଶୋଦଲୁ, ତାଙ୍କୁ ଟାଟାଲୁ ନାମରେ ମଧ୍ୟ ଜଣାଯାଏ। ସେ ରାମ୍ପ, ପପ୍ ଓ ଆର ଆଣ୍ଡ ବି ପାଇଁ ଖୁବ୍ ଫେମସ୍। ୩୭ ବର୍ଷୀୟ ଗାୟକ ୨୦୧୮ ରେ ଇସ୍ତାନବୁଲରେ ଥିଲେ। ସେଭଳି ଡିସେମ୍ବର ୨୦୨୩ ରେ ତୁର୍କୀ ପୋଲିସ ତାଙ୍କୁ ଇରାନକୁ ଦେଇଥିଲା। ଏହାପରଠାରୁ ସେ ଇରାନର କଷ୍ଟଡିରେ ଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଧର୍ମକୁ ନିନ୍ଦା କରିବା ସହ ବହୁ ଅପରାଧ କାରଣରୁ ଗତ ଥର ମିଳିଥିବା ୫ ବର୍ଷର ଜେଲ୍ ସଜାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା। ସୁପ୍ରିମକୋର୍ଟ ଅଭିଯୋଗକାରୀ ପକ୍ଷ ତରଫରୁ ଦାଖଲ ଆପତ୍ତିକୁ ଗ୍ରହଣ କରିନେଇଛନ୍ତି। ଏଥିରେ କୁହାଯାଇଛି କେସ୍କୁ ପୁଣିଥରେ ଖୋଲା ଯାଇଥିଲା ଓ ଏଥର ପ୍ରତିବାଦୀଙ୍କୁ ପେଗମ୍ବରଙ୍କୁ ଅପମାନ କରିବା ପାଇଁ ମୃତ୍ୟୁ ଦଣ୍ଡ ଦିଆଯାଇଛି। କୁହାଯାଉଛି ଯେ, ଏହି ଅନ୍ତିମ ରାୟ ନୁହେଁ। ଏହା ବିରୋଧରେ ଅପିଲ୍ କରାଯାଇପାରେ। ଏହା ପୂର୍ବରୁ ଟାଟାଲୁଙ୍କୁ ବେଶ୍ୟାବୃତ୍ତିକୁ ପୋତ୍ସାହନ ଦେବା, ଅଶ୍ଳୀଳ ସାମଗ୍ରୀ ପ୍ରକାଶ କରିବା ସହ ବହୁ ଅଭିଯୋଗ କାରଣୁ ୧୦ ବର୍ଷର ସଜା ଦିଆଯାଇଥିଲା। ୨୦୧୫ ରେ ଟାଟାଲୁ ଇରାନର ପରମାଣୁ କାର୍ଯ୍ୟକ୍ରମ ସମର୍ଥନରେ ଗୀତ ଗାଇବାକୁ ପ୍ରସ୍ତୁତ ଥିଲେ, ଯାହାକି ୨୦୧୮ ରେ ଚର୍ଚ୍ଚାର ପରିସରକୁ ଆସିଥିଲା। ସବୁଠାରୁ ଖାସ୍ କଥା ଏହା ଯେ, ସେହି ସମୟରେ ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ଚାଲିଥିଲା। ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।