ଛେଣ୍ଡିପଦା ୦୩/୦୬: ବିପଦରେ ଗଜରାଜ। କାଳ ସାଜୁଛି ସୋଲାର ଫେନ୍ସିଂ । ଅକାଳରେ ଚାଲିଯାଉଛି ହାତୀଙ୍କ ଜୀବନ। ଦୁଇଦିନ ତଳେ ସୋଲାର ଫେନ୍ସିଂରେ ପଡି ଏକ ହାତୀର ମୃତ୍ୟୁ ହୋଇଥିଲା। ଏବେ ଆଉ ଏକ ହାତୀର ଜୀବନ ନେଇଛି ସୋଲାର ଫେନ୍ସିଂ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ବନାଞ୍ଚଳ ଦଙ୍ଗାପାଲ ନାଳ ସାହିରେ ।
ସୂଚନା ମୁତାବକ, ଦଙ୍ଗାପାଲ ନାଳ ସାହିର ବସନ୍ତ ସାହୁ ତାଙ୍କ କୁକୁଡ଼ା ଫାର୍ମରେ ସୋଲାର ଫେନ୍ସିଂ କରିଥିଲେ। ସୋମବାର ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ହାତୀ ତାହା ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତନାଘନା ଚଳାଇଛି। ପ୍ରକାଶ ଯେ, ଦୁଇଦିନ ତଳେ ଅନୁଗୁଳ ବ୍ଲକ ତଳସରା ଗ୍ରାମରେ ଅନୁରୂପ ଘଟଣା ଘଟିଥିଲା। ଆମ୍ବ ବଗିଚାର ସୁରକ୍ଷା ପାଇଁ ବିଛା ଯାଇଥିବା ସୋଲାର ଫେନ୍ସିଂରେ ପଡି ଏକ ହାତୀର ଜୀବନ ଯାଇଥିଲା।