ଧର୍ମଶାଳା, ୧୦।୬: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି। ମଙ୍ଗଳବାର ଶତାଧିକ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏନେଇ ଖବରପାଇ ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପହଞ୍ଚି ସ୍ଥିତି ପରଖିବା ସହ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍ ଡକାଇଛନ୍ତି।
ତେବେ ଋତୁ ପରିବର୍ତ୍ତନ ଯୋଗୁଁ ଆକସ୍ମିକ ଭାବରେ ବିଭିନ୍ନ ଅଞ୍ଚଳରେ ଲୋକମାନେ ଆକ୍ରାନ୍ତ ହେଉଥିବା ସିଡିଏମଓ କହିଛନ୍ତି। ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ପରିମାଣର ଶଯ୍ୟା ନଥିବା କାରଣରୁ ଶତାଧିକ ରୋଗୀ ତଳେ, ମେଡିକାଲର ବାରଣ୍ଡାରେ ଓ ଗଛ ମୂଳେ ସାଲାଇନ୍ ଲଗାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଡାକ୍ତର ମାନସ ରଞ୍ଜନ ସ୍ବାଇଁ କହିଛନ୍ତି ।