ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃତ୍ୟରେ ଦୁଲୁକିବ ସହର

ଢେଙ୍କାନାଳ,୨୭/୧୦: ସରିଲା ପ୍ରସିଦ୍ଧ ଢେଙ୍କାନାଳ  ଗଜଲକ୍ଷ୍ମୀ ପୂଜା । ଆଜି ମା’ ପଦ୍ମାଳୟା ମେଲାଣି ନେବେ । ଭସାଣି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ପ୍ରସ୍ତୁତି ସରିଛି । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ, ଲୋକନୃତ୍ୟ  ଦଳ ଢେଙ୍କାନାଳରେ ପହଞ୍ଚି ଗଲେଣି । ରବିବାର ସକାଳୁ  ମା’ଙ୍କୁ ବିଦାୟ ଦେବାକୁ ଆରମ୍ଭ ହେବ ଶୋଭାଯାତ୍ରା ।  ବ୍ୟାଣ୍ଡପାର୍ଟି, ବାଦ୍ୟ ଓ ଲୋକନୃତ୍ୟରେ ଦୁଲୁକିବ ସହର ।  ଭସାଣି ଉତ୍ସବ ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇ ରାତି  ୧୨ଟା ଯାଏ ଚାଲିବ ।  

ଢେଙ୍କାନାଳରେ ପୂଜା ଭଳି ଭସାଣି ଉତ୍ସବ ବି ବେଶ୍‌  ଆକର୍ଷଣୀୟ ହୋଇଥାଏ । ଭସାଣି ଉତ୍ସବ ଦେଖିବାକୁ  ବିଭିନ୍ନ ସ୍ଥାନରୁ ଲୋକେ ଛୁଟି ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ  ଭସାଣି ଉତ୍ସବକୁ ବେଶ୍‌ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା  କମିଟି ପ୍ରସ୍ତୁତି କରିଛନ୍ତି । ମାତ୍ର ଚଳିତ ଥର ବାତ୍ୟା ‘ଦାନା’  ଲକ୍ଷ୍ମୀପୂଜାକୁ କିଛିକାଂଶରେ ପାଣିଚିଆ କରିଦେଇଛି । ସପ୍ତମ  ଦିନରୁ ବାତ୍ୟା ପାଇଁ ମେଳା ବନ୍ଦ ହୋଇଯାଇଥିବା ବେଳେ  ଭସାଣି ଉପରେ ବି ଏହାର ପ୍ରଭାବ ପଡ଼ିଛି । ବାତ୍ୟା ପାଇଁ  ଟ୍ରେନ୍‌ ବାତିଲ୍‌ ହୋଇଯାଇଥିବାରୁ ରାଜ୍ୟ ବାହାରୁ ଆସିବାକୁ  ଥିବା ଅନେକ ସାଂସ୍କୃତିକ ଦଳ ଗୁଡ଼ିକ ଆସି ପାରିନାହାନ୍ତି ।  ୬ମାସ ଆଗରୁ ଅଗ୍ରୀମ ନେଇ ମଧ୍ୟ ଆସିନପାରିବା ଫଳରେ  କମିଟି କର୍ମକର୍ତ୍ତା ନିରାଶ ହୋଇଛନ୍ତି । ଏହାସତ୍ତେ୍ୱ ରାଜ୍ୟର  ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରର କିଛି ଟିମ୍‌ ଆସି  ପହଞ୍ଚି ଗଲେଣି । ରବିବାର ସକାଳ ସୁଧା କେତେକ ଦଳ  ପହଞ୍ଚିବେ ବୋଲି ଜଣାଯାଇଛି ।  

ପରମ୍ପରା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ  ୮ଟାରେ ପ୍ରଶାସନିକ ଅଧିକାରୀ, ମିଳିତ ବଜାର ପୂଜା କମିଟି  ଓ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ  ମୀନାବଜାର ପୂଜା ପ୍ରତିଷ୍ଠାନ ଠାରେ ପୂଜାର୍ଚ୍ଚନା କରାଯାଇ  ଭସାଣି ଉତ୍ସବ ଶୁଭାରମ୍ଭ କରାଯିବ । ପ୍ରାୟ ୨୦ଟି ପୂଜା କମିଟି  ମିଳିତ ଭସାଣିରେ ସାମିଲ ହେବେ ବୋଲି ଜଣାଯାଇଛି ।  ବଳରାମ ମନ୍ଦିର, ରାଜବାଟି ଦେଇ ହନୁମାନ ଛକ, ପୂର୍ତ୍ତ  ବିଭାଗ ଛକ, ମହାବୀର ଛକ ଦେଇ କାଠ ଶଙ୍ଖରେ ମେଢ଼  ବିସର୍ଜନ କରାଯିବ । ରାତି ୮ଟା ୧୦ରେ ମୀନାବଜାର ବିସର୍ଜନ  କରିବାକୁ ଧାର୍ଯ୍ୟ ହୋଇଛି । ରାତି ୧୦ଟା ସୁଧା ସମସ୍ତ କମିଟି  ବାଜିଚୌକ୍‌ ଅତିକ୍ରମ କରିବାକୁ ସ୍ଥିର ହୋଇଛି । ଅପରାହ୍ନ  ଗୋଟାଏରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଶୋଭାଯାତ୍ରା  ବନ୍ଦ ରହିବ । ଅନ୍ୟ ମେଢ଼ ଗୁଡ଼ିକ କୁଞ୍ଜକାନ୍ତ ପୋଖରୀ  ଓ ଜେଲ୍‌ପୋଖରୀରେ ବିସର୍ଜନ କରିବେ । ଡିଜେକୁ ବନ୍ଦ  କରାଯାଇଥିବା ବେଳେ ବ୍ୟାଣ୍ଡ ପାର୍ଟିରେ ବି ଭାଇବ୍ରେଟର୍‌  ଲଗାଇବା ଉପରେ କଟକଣା ଜାରି କରାଯାଇଛି । ପୁଲିସ  ପକ୍ଷରୁ ଏହାର କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଜଣାଯାଇଛି ।  ଶାନ୍ତିଶୃଙ୍ଖଳା ପାଇଁ ୨୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା  ବେଳେ ପ୍ରତି ୩ଟି ମେଢ଼ ପାଇଁ ଜଣେ ପୁଲିସ ଅଧିକାରୀ  ଦାୟିତ୍ୱରେ ରହିବେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.